www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ଆଶଙ୍କାରେ ଆକାଶ ଛୁଆଁ ପରିବା ଦର: ସକାଳେ ୫୦, ରାତିରେ ୧୦୦ ଟଙ୍କାରେ ବିକ୍ରି

ଭୁବନେଶ୍ବର : ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଗୁଆ ପନିପରିବା ଏବଂ ତେଜରାତି ସାମଗ୍ରୀ ସାଇତି ରଖିବା ଲକ୍ଷ୍ୟରେ ଲୋକଙ୍କ ଭିଡ଼ ହାଟ ଓ ବଜାରରେ ଦେଖିବାକୁ ମିଳିଛି। ସକାଳେ ଯେଉଁ ପରିବା ଦର କିଲୋପିଛା ୫୦ଟଙ୍କା ଥିଲା ବାତ୍ୟା ଖବର ଆସିବା ପରେ ସନ୍ଧ୍ୟାରେ ତାହା ୧୦୦ ଟଙ୍କାରେ ବିକ୍ରି ହୋଇଛି। ତାହା ପୁଣି ୟୁନିଟ-୧ ହାଟରେ। ବାତ୍ୟା ସମୟରେ କଳାବଜାର ନକରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେପାରୀଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁ ଅସାଧୁ ବ୍ୟବସାୟୀ କଳାବଜାର କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଦ୍ୟ ସାମଗ୍ରୀ ମହଜୁଦ ଉପରେ ନଜର ରଖିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀକୁ ନିର୍ଦେଶ ଦେଇଛନ୍ତି। ରବିବାର ସନ୍ଧ୍ୟାରେ ସାରା ରାଜ୍ୟରେ ପରିବା ଦର ନିୟନ୍ତ୍ରଣ ବାହାରେ ଥିଲା। ଯେଉଁ ପରିବାକୁ ଧରିଲେ କିଲୋପିଛା ଦର ୮୦ ଟଙ୍କା ରହିଛି। କିଛି ପରିବା ଦର ୧୦୦ଟଙ୍କା ଛୁଇଁଲାଣି। ସକାଳେ ୟୁନିଟ-୧ ହାଟରେ ଟମାଟୋ କିଲୋପିଛା ମୂଲ୍ୟ ୬୦ ଟଙ୍କାରେ ବିକ୍ରି କରାଯାଉ ଥିବାବେଳେ ରାତିରେ ଚାହିଦାକୁ ଦେଖି ବେପାରୀ ହଠାତ୍‌ ଦର ୮୦ଟଙ୍କାକୁ ବଢ଼ାଇ ଦେଇଥିଲେ। ସେହିଭଳି ବାଇଗଣ ୫୦ଟଙ୍କାରେ ବିକ୍ରି କରାଯାଉ ଥିବାବେଳେ ରାତିରେ ୧୦୦ ଟଙ୍କା ଛୁଇଁଥିଲା। ପୋଟଳ ଦର ପୂର୍ବାହ୍ଣ ୧୦ଟାରେ କିଲୋପିଛା ୫୦ଟଙ୍କା ଥିବାବେଳେ ରାତିରେ ୮୦ ଟଙ୍କା ହୋଇଥିଲା। କଞ୍ଚାଲଙ୍କା, ଜହ୍ନି, କଲରା, ବିନ୍ସ, ଝୁଡଙ୍ଗ, କ୍ୟାପ୍‌ସିକମ, ବିଲାତି ଓ ଖମ୍ବଆଳୁ ଦର ବଢିଛି। ବିନ୍ସ କିଲୋପିଛା ଦର ୧୦୦ଟଙ୍କା ଥିବାବେଳେ ଭେଣ୍ଡି କିଲୋ ୬୦ ଟଙ୍କା, ସାରୁ କିଲୋ ୬୦ଟଙ୍କା, କଖାରୁ କିଲୋ ୨୦ ଟଙ୍କା, ଅଦା କିଲୋ ୨୫୦ ଟଙ୍କା, ରସୁଣ କିଲୋ ୪୦୦ ଟଙ୍କା ଏବଂ କଞ୍ଚାଲଙ୍କା କିଲୋ ୨୦୦ ଟଙ୍କା, ପିଆଜ ୭୦ଟଙ୍କା ରହିଛି। ବନ୍ଧାକୋବି କିଲୋ ୪୦ଟଙ୍କା, ଆଳୁ କିଲୋ ୩୫ ଟଙ୍କାରୁ ୪୦ଟଙ୍କା ହୋଇଥିଲା। କାକୁଡି କିଲୋ ୫୦ଟଙ୍କା ଏବଂ କଲରା କିଲୋ ୮୦ଟଙ୍କାରେ ବିକ୍ରି କରାଯାଉଛି। ୟୁନିଟ-୧ ହାଟ ପରିବା ବ୍ୟବସାୟୀ ମାଗୁଣି ସାହୁ କହିଛନ୍ତି, ବାତ୍ୟା ଖବର ପ୍ରସାର ହେବା ପରେ ହାଟରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ପୂର୍ବଦିନ ଅପେକ୍ଷା ଗ୍ରାହକଙ୍କ ସଂଖ୍ୟା ଅଧିକ ରହିଥିଲା। ପୁଣି ଲୋକମାନେ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣିଥିଲେ। କଲୋନୀ ଏବଂ ବସ୍ତି ଅଞ୍ଚଳରେ ରହିଥିବା ପରିବା ଦୋକାନୀ ଉଚ୍ଚ ଦରରେ ପରିବା ବିକ୍ରି କରୁଥିବା ଅଭିଯୋଗ ହୋଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories