ଓଡ଼ିଆ ଐତିହ୍ୟ, କଳା , ସଂସ୍କୃତି, ପରମ୍ପରା ଅନନ୍ୟ
ପୁନେରେ ପ୍ରବାସୀ ଓଡ଼ିଆ ପାଳିଲେ କୁମାର ଉତ୍ସବ
ପଦ୍ମପୁର:ପୁଣେ ଠାରେ ରହୁଥିବା ପ୍ରବାସୀ ଓଡିଆଙ୍କ ଦ୍ୱାରା ଆୟୋଜନ ହେଇଥିଲା “କୁମାର ଉତ୍ସବ ୨୦୨୪” । ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ “ଓଡ଼ିଆ ସାଂସ୍କୃତିକ ପରିଷଦ”। ବିଗତ ୪ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏଇ ଉତ୍ସବରେ ହଜାରେ ରୁ ଅଧିକ ଉପସ୍ଥିତ ଓଡ଼ିଆ ଜନତାଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମଟି ପୁଣେର ଓଗଲି ସୋୟାରୀକା ଗାର୍ଡେନରେ ଆୟୋଜନ କୁମାର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏହି ଉତ୍ସବରେ ଯୋଗ ଦେଇଥିଲେ ଓଡିଶାର ପୂର୍ବତନ ଗୃହ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତ ବେହେରା ଏବଂ ଅନ୍ୟମାନଙ୍କ ମଧ୍ୟରେ ରାମଦାସ ଦାବାଡେ ସମ୍ମାନିତ ଅତିଥିଭାବରେ ଉପସ୍ଥିତ ଥିଲେ, ଭୁବନେଶ୍ୱର ମେୟର ସୁଲୋଚାନା ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଐତିହ୍ୟ, କଳା , ସଂସ୍କୃତି, ପରମ୍ପରା ଅନନ୍ୟ ବୋଲି କହିବା ସହିତ ପୁନେରେ ଏଭଳି ଆୟୋଜନ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମ ଦ୍ବୀପପ୍ରଜ୍ବଳନ ଏବଂ ଜଗନ୍ନାଥଙ୍କୁ ପୁଷ୍ପାର୍ପଣ ସହ ଆରମ୍ଭ ହୋଇଥିଲା। ପ୍ରଖ୍ୟାତ ଓଡିଆ ହାସ୍ୟ ଅଭିନେତା ରାଜୁ ଦାସ, ଲୋକପ୍ରିୟ ଓଡ଼ିଆ ଗାୟକ କୁମାର ଜାନୁ ଓ ପ୍ରଗତି ସେଠୀ ଏବଂ ଅମୃତା ପଟ୍ଟନାୟକଙ୍କ ସୁନ୍ଦର ନୃତ୍ୟ ପରିବେଷଣ ଦ୍ୱାରା ଦର୍ଶକ ମାନେ ମନମୁଗ୍ଧ ହୋଇଥିଲେ। କଳାକାର ମାନେ ଓଡିଆ ସଂସ୍କୃତିର ସ୍ପନ୍ଦନ ପ୍ରଦର୍ଶନ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ । ଏହି ଅବସରରେ ପୁଣେରେ ଥିବା କିଛି କଳାକାର ମାନଙ୍କୁ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ “ଓଡ଼ିଆ ସାଂସ୍କୃତିକ ପରିଷଦ” ଦ୍ଵାରା ସମ୍ମାନିତ କରାଯାଇଥିଲା। ରାଜଶ୍ରୀ ହୋତା– ହିନ୍ଦୁସ୍ତାନୀ ଭୋକାଲ୍ ଗାୟକ , ପ୍ରାଚୀ ପାଣିଗ୍ରାହୀ– ଓଡିଆ ଲୋକନୃତ୍ୟ ଏବଂ ଆଦିବାସୀ ନୃତ୍ୟ ପ୍ରସାରକ, ପ୍ରଗତି ସେଠି ଶାସ୍ତ୍ରୀୟ ସଙ୍ଗୀତ ଓ ଓଡ଼ିଆ ଭଜନ ଗାୟକ , ପ୍ରଜ୍ୟୋତି ଆଦ୍ୟାଶା ଦାସ, ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପ୍ରମୁଖଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।
ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣଥିଲା ପାରମ୍ପରିକ ଓଡିଆ ସୁଆଦିଆ ବ୍ୟଞ୍ଜନ ଏବଂ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା। ଓଡ଼ିଆ ସାଂସ୍କୃତିକ ପରିଷଦ” ର କାର୍ଯ୍ୟନିର୍ବାହୀ ସଦସ୍ୟ ସୁସ୍ମିତା ମହାପାତ୍ର, ମୋନାଲିସା ରଥ, ସୁସଂଜିତା ରାୟ, ସସ୍ମିତା ପଟ୍ଟନାୟକ, ଜୟପ୍ରଦା ବିଶ୍ୱାଳ, ପ୍ରଜ୍ଞା ଦାସ, ସ୍ଵାଗତିକା ଦ୍ୱିବେଦୀ, ରମାକାନ୍ତ ସାହୁ, ଚନ୍ଦ୍ରଭାନୁ କାନୁନଗୋ, ଦେବବ୍ରତ ପାତ୍ର, ବିରାଜ ମିଶ୍ର, ପ୍ରଶାନ୍ତ ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ପ୍ରଶାନ୍ତ ମହାପାତ୍ର, ଲୋକନାଥ ସାହୁ, ଅଶୋକ ଲେଙ୍କା, ବିନତାନନ୍ଦନ ନାୟକ, ଏବଂ ସୁଶୀଲଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳତା କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ଉପସ୍ଥିତ ଓଡ଼ିଆ ବାସୀଙ୍କୁ ମନମୁଗ୍ଧ କରିବା ସହ ଏକ ଭାବ ଡୋରିରେ ବାନ୍ଧି ରଖିବାର ସକ୍ଷମ ହୋଇଥିଲା।
Comments are closed.