ଅବସରପ୍ରାପ୍ତ ବରିଷ୍ଠ ଓଡ଼ିଶା ସୂଚନା ସେବା ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ପରଲୋକ
ଭୁବନେଶ୍ଵର : ଓଡ଼ିଶା ସୂଚନା ସେବାର ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ଆଜି ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଶଯ୍ୟା ନିକଟରେ ତାଙ୍କ ଦୁଇ ଝିଅ, ଜ୍ୱାଇଁ ଏବଂ ପତ୍ନୀ ଉପସ୍ଥିତ ଥିଲେ । ତାଙ୍କ ଅନ୍ତିମ ସଂସ୍କାର ପୈତୃକ ବାସଭବନ କଟକ ଜିଲ୍ଲା ସୁନ୍ଦର ଗାଁରେ ସମାପନ ହୋଇଛି । ସେ ୧୯୮୪-୮୫ ବ୍ୟାଚର ସୂଚନା ଅଧିକାରୀରୂପେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ନିଜର ଚାକିରି ଜୀବନ କାଳରେ ଆଠଗଡ଼ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଭାବେ ସେ ନିଜ କର୍ତ୍ତବ୍ୟ ସୁଚାରୁରୂପେ ଦକ୍ଷତାର ସହ ସମ୍ପାଦନ କରିଥିଲେ । ସେ ଅତ୍ୟନ୍ତ ମେଳାପୀ ଓ ମିଷ୍ଟଭାଷୀ ସ୍ୱଭାବର ବ୍ୟକ୍ତି ଥିଲେ ।
ତାଙ୍କ ଏହି ଅକାଳ ବିୟୋଗରେ ଓଡ଼ିଶା ସୂଚନା ସେବାର ଅଧିକାରୀମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏହି ଦୁଃଖଦ ସମୟକୁ ସାମନା କରିବାକୁ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସୂଚନା ସେବା କର୍ମକର୍ତ୍ତା ପ୍ରାର୍ଥନା କରିଛନ୍ତି । ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Comments are closed.