www.samajalive.in
Sunday, December 7, 2025
23.1 C
Bhubaneswar

ଟନେଲକୁ ଶୋଇବା ଘର କରିଥିଲେ ହେଜବୋଲ୍ଲା ଆତଙ୍କୀ, ଭିଡିଓ ଜାରି କଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଲେବାନନରେ ଆଡ୍ଡା ଜମାଇଥିବା ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରୁଛି ଇସ୍ରାଏଲ। ହେଜବୋଲ୍ଲା ସଂଗଠନ କିପରି ବିଭିନ୍ନ ଆପାର୍ଟମେଣ୍ଟରେ ଆବାସିକ ଘରଗୁଡ଼ିକୁ ଅସ୍ତ୍ରାଗାର କରିଥିଲା ତାହାର ଭିଡିଓ ଜାରି କରିଥିଲା ଇସ୍ରାଏଲ। ବର୍ତ୍ତମାନ ଭୂତଳ ଟନେଲଗୁଡ଼ିକୁ ଏହି ସଂଗଠନ କିପରି ନିଜ ସଦସ୍ୟମାନଙ୍କ ଶୋଇବା ଘର ବନାଇଥିଲା ତାହାର ଏକ ଫୁଟେଜ ସାମ୍ନାକୁ ଆସିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଜାରି କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହେଜବୋଲ୍ଲା ଆତଙ୍କବାଦୀମାନେ ଟନେଲକୁ ଶୋଇବା ଘର ଭାବେ ବ୍ୟବହାର କରୁଛନ୍ତି। ଟନେଲ ଭିତରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଏକେ-୪୭ ଭଳି ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି। ଏହା ସହିତ ସେଠାରେ ଜେନେରେଟର, ପାଣି ଟାଙ୍କି ଏବଂ ଦୁଇ ଚକିଆ ଯାନ ବି ରଖାଯାଇଛି। ଆତଙ୍କବାଦୀମାନେ ଏଠାରେ ଲୁଚି ରହି ନିଜ ଅପରେସନ ଜାରି ରଖୁଛନ୍ତି।

ଇସ୍ରାଏଲ ପକ୍ଷରୁ ଲେବାନନରେ ଜୋରଦାର ଆକ୍ରମଣ ଜାରି ରହିଛି। ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ବହୁ ଠିକଣାକୁ ଆଇଡିଏଫ ଧ୍ବଂସ କରିସାରିଛି। ଆକାଶମାର୍ଗରୁ ଏୟାରଷ୍ଟ୍ରାଇକ ଜରିଆରେ ଅସ୍ତ୍ରାଗାର ଧ୍ବଂସ କରିଦିଆଯାଇଛି।

- Advertisement -

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories