www.samajalive.in
Saturday, December 13, 2025
23.1 C
Bhubaneswar

ସଂସ୍କୃତ କାବ୍ୟ ଗ୍ରନ୍ଥ ‘ସମୁଦ୍ରଶତକମ୍’ରେ ସର୍ବାଧିକ ୫ଟି ଭାଷାର ଲିପି ବ୍ୟବହାର, କୃଷ୍ଣକେଶବ ଷଡଙ୍ଗୀଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ

ଭୁବନେଶ୍ବର: ସ୍ୱରଚିତ ସଂସ୍କୃତ କାବ୍ୟ ଗ୍ରନ୍ଥ ‘ସମୁଦ୍ର ଶତକମ୍’ରେ ସର୍ବାଧିକ ୫ଟି ଭାଷାର ଲିପି ବ୍ୟବହାର ସହ ସମୁଦ୍ର ବିଷୟରେ ସ୍ୱତନ୍ତ୍ର ଶତକ କାବ୍ୟ ରଚନା ପାଇଁ ବିଶିଷ୍ଟ ସଂସ୍କୃତ କବି ତଥା ଭୁବନେଶ୍ୱର ଭଞ୍ଜଭାରତୀର ସଭାପତି କୃଷ୍ଣକେଶବ ଷଡଙ୍ଗୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି । ‘ସମୁଦ୍ର’ର ଦୃଶ୍ୟାବଳିରେ ଅନ୍ତର୍ନିହିତ ଥିବା ଗଭୀର-ଦର୍ଶନକୁ ଆଧାର କରି ଶ୍ରୀ ଷଡଙ୍ଗୀ ୨୦୨୦ମସିହାରେ ‘ସମୁଦ୍ର ଶତକମ୍’ ରଚନା କରିଥିଲେ।

ମୂଳତଃ ସଂସ୍କୃତ ଭାଷାରେ ରଚିତ ୧୦୧ ଶ୍ଲୋକ ସଂବଳିତ ଏହି କାବ୍ୟରେ ଶ୍ଲୋକ ଓ ଅର୍ଥ ଲିଖନରେ ସର୍ବାଧିକ ୫ଟି ଭାଷାର ଲିପି ଯଥାକ୍ରମେ- ସଂସ୍କୃତ, ଓଡିଆ, ହିନ୍ଦୀ, ଇଂଗ୍ରାଜୀ ଓ ରୋମାନ୍ ବ୍ୟବହାର କରିବା ସହ ଏପରି ଏକ ସ୍ୱତନ୍ତ୍ର କାବ୍ୟ ରଚନାର ବିରଳ କୃତିତ୍ୱ ପାଇଁ କୃଷ୍ଣକେଶବ ଷଡଙ୍ଗୀ ଏହି ରେକର୍ଡ ହାସଲ କରିଛନ୍ତି।

- Advertisement -

ପ୍ରକାଶଯୋଗ୍ୟ ଯେ କୃଷ୍ଣକେଶବ ଷଡଙ୍ଗୀ ନିରବଚ୍ଛିନ୍ନଭାବେ ଉଭୟ ଓଡିଆ ଭାଷା ଓ ସଂସ୍କୃତ ଭାଷାରେ ଲେଖନୀ ଚାଳନା କରି ଅଦ୍ୟାବଧି ୧୫ ଖଣ୍ଡ ପୁସ୍ତକର ପ୍ରକାଶନ କରିସାରିଛନ୍ତି। ଏହା ସହ ସେ ଭୁବନେଶ୍ୱର ଭଞ୍ଜ ଭାରତୀ ଅନୁଷ୍ଠାନ ମାଧ୍ୟମରେ ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ପ୍ରାଚୀନ ଓଡିଆ ସାହିତ୍ୟ, ସଂସ୍କୃତ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର-ପ୍ରସାର ସହ ଗବେଷଣାରେ ପ୍ରବୃତ୍ତ ଅଛନ୍ତି। ଜଣେ ଉଚ୍ଚକୋଟୀର ବାଗ୍ମୀଭାବରେ ବିଭିନ୍ନ ଗଣମାଧ୍ୟମ ଓ ସଭାସମିତିରେ କୃଷ୍ଣକେଶବ ଷଡଙ୍ଗୀ ଓଡିଶା ଓ ଓଡିଶା ବାହାରେ ବେଶ୍ ଲୋକପ୍ରିୟ।

ଏହି ରେକର୍ଡର କୃତିତ୍ୱର ଶ୍ରେୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ କରିବା ସଙ୍ଗେ ସଙ୍ଗେ ଦିବଂଗତ ପିତାମହ କର୍ମକାଣ୍ଡ ଭାସ୍କର ପଣ୍ଡିତ ରଘୁନାଥ ଷଡଙ୍ଗୀ, ପିତା ପ୍ରବକ୍ତାରତ୍ନ ସ୍ୱର୍ଗତ ପଣ୍ଡିତ ଜୟଦେବ ଷଡଙ୍ଗୀଙ୍କ ସ୍ମୃତିଚାରଣ ପୂର୍ବକ ସମସ୍ତ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories