କଣ୍ଟାବାଞ୍ଜି : ବେସରକାରୀ ସଂଗଠନ ସଂଯୋଗକଣ୍ଟାବାଞ୍ଜି ଓ ନାବାର୍ଡର ମିଳିତ ସହଯୋଗରେ ଗମ୍ବରୀଗୁଡା ଗ୍ରାମରେ ୩୦ଜଣ ମହିଳାଙ୍କୁ ନେଇ ଖୁଦ୍ର ଉଦ୍ୟୋଗ ବିକାଶ ତାଲିମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ନାବାର୍ଡର ଜିଲା ପ୍ରବନ୍ଧକ ଡାକ୍ତର ବିବେକ କୁମାର ନାୟକ ପ୍ରଦୀପ ଜାଳି ଉଦଘାଟନ କରିଥିଲେ।
ସ୍ଥାନୀୟ ସରପଞ୍ଚ ସମ୍ମାନୀତ ଅଥିତି ଭାବେ ଯୋଗଦେଇ ମହିଳା ମାନେ ଘରେ ନ ବସି ଜଙ୍ଗଲ ଜାତ କଞ୍ଚା ମାଲ ଉପରେ ଖୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ରୋଜଗାର କରିବାର ନୂଆ ଉପାୟ ସୃଷ୍ଟି କରିପାରିଲେ, ପଛୁଆ ଅଂଚଳରେ ଉଦାହରଣ ହୋଇପାରିବେ ବୋଲି କହିଛନ୍ତି। ଜାମୁଟ ଗ୍ରାମ୍ୟ ବାଙ୍କର ଶାଖା ପରିଚାଳକ ଅତିଥି ବକ୍ତା ରୂପେ ଯୋଗଦେଇ ବ୍ୟାଙ୍କ ଋଣ, ଦଳ ପରିଚାଳନା, ରୋଜଗାର ଯୋଜନା ଆଦି ବିଷୟରେ ବୁଝାଇଥିଲେ। ଏହି ତାଲିମ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ଜଗନାଥ ତାଲିମଦାତା ରୂପେ ଯୋଗଦେଇ ଥିବା ବେଳେ ନୀଳାମ୍ବର ଦାସ ପରିଚାଳନା କରିଥିଲେ।
Comments are closed.