www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତା ପାର୍ଶ୍ବ ଜଙ୍ଗଲ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ଜୁନାଡିହି ଛକରୁ ଲାଙ୍ଗବାହାଲ, ଲଇଡା, ପୁରୁଣାପାଣି, କଟୁରାଟୁଆଁ, ସାତକମା, ଆଦି ଗ୍ରାମ ଦେଇ କୁଚିଣ୍ଡା କୁ ସଂଯୋଗ କରୁଥିବା ରାସ୍ତା ଏବଂ ଲଇଡାରୁ ରେଙ୍ଗଲୋଇ, ମହାପତ୍ରଙ୍କ, କିନାଲୋଇ ଆଦି ଗ୍ରାମ ଦେଇ ଜୁନାଡିହି ଛକ କୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବରେ  ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ରାସ୍ତା ସଂକୁଚିତ ହେବା ସହିତ ଦୁର୍ଘଟଣା ପ୍ରବଣ ହୋଇଛି। ବଡ ବଡ ଅନାବନା ଗଛରେ ଆଚ୍ଛାଦିତ ରାସ୍ତାର ବୁଲାଣି ସ୍ଥାନ ରେ ଦୁର୍ଘଟଣା ଘଟି ଲୋକେ କ୍ଷତାହତ ହେଉଛନ୍ତି। ଉଭୟ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି। ଗତ ଦୁଇ ମାସ ହେଲା ରାସ୍ତା ଏଭଲି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିଥିବା ସତ୍ତ୍ବେ ପୂର୍ତ୍ତ ବିଭାଗ ନୀରବ ଦ୍ରଷ୍ଟା ହୋଇ ରହିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ସୂଚିତ ଯେ ଉଭୟ ରାସ୍ତା ପୁରୁଣା ରାଞ୍ଚିରୋଡ୍ ର ଲିଙ୍କ୍ ରୋଡ୍ ଅଟେ। ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା ଏବଂ ଝାରସୁଗୁଡା ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ କୁ ଯାତାୟତ ପାଇଁ ଏହି ରାସ୍ତା ଉପରେ ଶତାଧିକ ଗ୍ରାମ ରେ ଲୋକେ ନିର୍ଭର କରନ୍ତି। ବଡ ଦୁର୍ଘଟଣା ଘଟିବା ପୂର୍ବ ରୁ ଏଭଲି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାର୍ଶ୍ବ ରେ ଦୁର୍ଘଟଣା କୁ ହାତ ଠାରି ଡାକୁଥିବା ଅରମା ଜଙ୍ଗଲ ସଫା କରିବା ପାଇଁ ପୂର୍ତ୍ତ ବିଭାଗ ଶୀଘ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories