ଭିଏଚପିର ପୂର୍ବତନ ମୁଖ୍ୟ ବିଷ୍ଣୁହରିଙ୍କ ପରଲୋକ
ମଥୁରା : ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି)ର ପୂର୍ବତନ ମୁଖ୍ୟ ବିଷ୍ଣୁ ହରି ଡାଲମିଆଙ୍କର ବୁଧବାର ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୯୧ବର୍ଷ ହୋଇଥିଲା। ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିରର ନବୀକରଣରେ ତାଙ୍କର ଓ ତାଙ୍କ ପିତା ଜୟ ଦୟାଲ ଡାଲମିଆଙ୍କର ପ୍ରମୁଖ ଅବଦାନ ରହିଥିଲା। ରାମ ଜନ୍ମଭୂମି ଆନ୍ଦୋଳନକୁ ପ୍ରସାର କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ତାଙ୍କର ଆଶା ଅପୂରଣୀୟ ରହିଗଲା। ଦିଲ୍ଲୀର ନିଗମ ବୋଧ ଘାଟରେ ପୁଅ ଅନୁରାଗ ଓ ସଞ୍ଜୟଙ୍କ ଦ୍ବାରା ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।