ବିଷପ୍ଙ୍କ ବିରୋଧରେ ଧାରଣା ଦେଇଥିବା ନନ୍ଙ୍କ ବଦଳି
ତିରୁଅନନ୍ତପୁରମ୍ : ବିବାଦୀୟ ବିଷପ୍ ଫ୍ରାଙ୍କୋ ମୁଲାକ୍କଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ୫ ନନ୍ଙ୍କ ମଧ୍ୟରୁ ୪ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କୋଚିଠାରେ ସେମାନେ ବଳାତ୍କାର ଅଭିଯୁକ୍ତ ବିଷପ୍ଙ୍କୁ ବହିଷ୍କାର ଦାବିରେ ଗତ ସେପ୍ଟେମ୍ବରରେ ଧାରଣା ଦେଇଥିଲେ। ଏଥିସହିତ ସେମାନଙ୍କୁ ତୁରନ୍ତ କୁରାବିଲଙ୍ଗଡ଼ କନ୍ଭେଣ୍ଟ ଝଛାଡ଼ି ଚାଲିଯିବାକୁ ମିସନାରିଜ୍ ଅଫ ଯେଶସ୍ କେଙ୍ଗ୍ରଗେସନ୍ ନିର୍ଦେଶ ଦେଇଛି। ଏହି ଚାରିଜଣ ନନ୍ ହେଉଛନ୍ତି ସିଷ୍ଟର ଆଲ୍ଫି ପାଲ୍ଲାସେରିଲ, ସିଷ୍ଟର ଅନୁପମା କେଲାମଙ୍ଗଲାତୁଭେଲିଲ, ସିଷ୍ଟର ଯୋଶେଫାଇନ୍ ବିଲୁନ୍ନକାଲ ଓ ସିଷ୍ଟର ଅଞ୍ଚିତା ଉରୁମ୍ବିଲ। କେବଳ ସିଷ୍ଟର ନିନା ରୋଜ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।