ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ଠାରେ ନବକନ୍ୟା ପୂଜନ ସମାରୋହ

ବୌଦ୍ଧ: ନାରୀ ହିଁ ସେନେହମୟୀ, ନକ୍ଷରୀ ହିଁ କରୁଣାମୟୀ, ନାରୀ ହେଉଛି ଶକ୍ତି ର ପ୍ରତୀକ କ୍ଷ ଏହାକୁ ପ୍ରତିପାଦନ କରିବାକୁ ଆଜି ନବରାତ୍ରୀ ପୂଜା ପୂର୍ଣ୍ଣାହୁତି ଅବସରରେ ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ଠାରେ ନବକନ୍ୟା ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷ ରୁ ନଅ ବର୍ଷ ପର୍ଯ୍ୟନ୍ତ ୯ ଟି କୁମାରୀ କନ୍ୟା ମାନଙ୍କୁ ଦେବୀ ରୂପରେ ମଞ୍ଚାସିନ କରି ନଅ ଦିନ ଧରି ନବରାତ୍ର ସାଧନା କରିଥିବା ଭକ୍ତ ମାନଙ୍କ ଦ୍ୱାରା ଭକ୍ତି ଓ ସମ୍ମାନ ସହ ପୂଜନ କରାଯିବା ସହ ଭୋଗ ଏବଂ ଉପହାର ପ୍ରଦାନ କରାଯାଇଛି। ଏହି ପରମ୍ପରା ବହୁ ଆଗରୁ ଆମ ହିନ୍ଦୁ ଧର୍ମ ରେ ପ୍ରଚଳିତ କ୍ଷ ଏହା ଦ୍ବାରା ପରିବାରରେ ଶାନ୍ତି ଓ ପ୍ରଗତି ଆସେ ବୋଲି ମାନ୍ୟତା ରହିଛି।

ଏହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ, ଗାୟତ୍ରୀ ଶକ୍ତି ପୀଠ ର ମୂଖ୍ୟ ଟ୍ରଷ୍ଟି, ଅଧ୍ୟକ୍ଷପକ ଡ଼. ପ୍ରବୀର କୁମାର ଦାସ। ପ୍ରଥମେ ବିଶ୍ବ ଶାନ୍ତି ପାଇଁ ଗାୟତ୍ରିଯଜ୍ଞ ଅନୁଷ୍ଠିତ ହୋଇ ୧୦୮ ଥର ଗାୟତ୍ରୀ ମନ୍ତ୍ରକ୍ଷହୁତି ଅର୍ପଣ କରାଯାଇଥିଲା। ତାପରେ ସମସ୍ତ ଦେବା ବେବୀ ମାନଙ୍କୁ ଆହୁତି ପ୍ରଦାନ କରାଯାଇଥିଲା।  ସମସ୍ତେ ଗୋଟିଏ ନିଜର ଖରାପ ଗୁଣ ତ୍ୟାଗ କରି ଏକ ସତ୍ ଗୁଣ ଗ୍ରହଣ କରିଥିଲେ କ୍ଷ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ହୃଦାନନ୍ଦ ମେହେର, ମୃଣାଳିନୀ ଦାସ, ଗୀତାଞ୍ଜଳି ପଟ୍ଟନାୟକ, ଆଇଁଠୁ ମଲିକ,ପିତାମ୍ବର ମେହେର, ନାରାୟଣ ପ୍ରଧାନ ଇତ୍ୟାଦି ବହୁ ସହଯୋଗ କରିଥିଲେ କ୍ଷ ଶକ୍ଷନ୍ତିକୁଞ୍ଜ,ହରିଦ୍ବାରର ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଦ୍ବାରା ଆୟୋଜିତ ଏହି ସମାଜ ସଂସ୍କାର କାର୍ଯ୍ୟକ୍ରମ ବହୁ ଆଦୃତ ଲାଭ କରିପାରିଛି।

Comments are closed.