ବାମପନ୍ଥୀମାନେ ଦେଶର ସଂସ୍କୃତିକୁ ସମ୍ମାନ ଦିଅନ୍ତି ନାହିଁ: ମୋଦୀ

0

ତିରୁଅନନ୍ତପୁରମ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାବରୀମାଳା ପ୍ରସଙ୍ଗରେ ବାମପନ୍ଥୀମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବାମପନ୍ଥୀମାନେ ଭାରତର ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକତା ଓ ଇତିହାସକୁ କେବେ ସମ୍ମାନ ଦିଅନ୍ତି ନାହିଁ ବୋଲି ଆକ୍ଷେପ କରିଛନ୍ତି ମୋଦୀ। କେରଳର ଶାସକ ବାମପନ୍ଥୀ ମେଣ୍ଟ ଏଲଡିଏଫ୍‌ ଓ ବିରୋଧୀ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ୟୁଡିଏଫ୍‌କୁ ସମାଲୋଚନା କରି ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ମୋଦୀ କହିଛନ୍ତି। ଶାବରୀମାଳା ପ୍ରସଙ୍ଗରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି। ସଂସଦରେ ଏ ନେଇ କଂଗ୍ରେସ ଗୋଟିଏ କଥା କହୁଥିବାବେଳେ ଶାବରୀମାଳାରେ ଭିନ୍ନ ପଦକ୍ଷେପ ନେଉଛି। ସେହିଭଳି ବାମପନ୍ଥୀ ସରକାର ଆୟାପ୍ପା ମନ୍ଦିରରେ ୫୦ବର୍ଷରୁ କମ୍‌ ମହିଳାଙ୍କ ପ୍ରବେଶ ​କରାଇ ରାଜନୀତି କରୁଛି ଓ ଜନତାଙ୍କ ଆଧ୍ୟାତ୍ମିକ ଭାବନା ପ୍ରତି କୁଠାରାଘାତ କରିଛି ବୋଲି ମୋଦୀ ଅଭିଯୋଗ କରିଛନ୍ତି। ଶାସକ ଦଳ ବିଜେପି ବିରୋଧରେ ‘ଗୁପ୍ତ ଷଡ଼ଯନ୍ତ୍ର’ ଅଭିଯୋଗ କରିଥିବାବେଳେ ବାସ୍ତବରେ ନିଜେ ଏହି ମାମଲାରେ ଗୁପ୍ତ କାର୍ଯ୍ୟକ୍ରମ ଚଳାଇଥିବା ମୋଦୀ କହିଛନ୍ତି। କୋଲାମଠାରେ ସାଧାରଣ ସଭାକୁ ସ​‌େ​‌ମ୍ବାଧିତ କରି ମୋଦୀ କହିଛନ୍ତି ଯେ ଶାବରୀମାଳା ପ୍ରସଙ୍ଗ ପାଇଁ ରାଜ୍ୟ ସରକାର କେରଳକୁ ଦେଶବିଦେଶରେ ଲଜ୍ଜିତ କରିଛନ୍ତି। ଇତିହାସରେ ଏହା ଏକ ଲଜ୍ଜାଜନକ ଘଟଣା ଭାବେ ଲିପିବଦ୍ଧ ରହିବ। ଏହି ଅବସରରେ ମୋଦୀ କୋଲାମଠାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

Leave A Reply