www.samajalive.in
Wednesday, December 10, 2025
17.1 C
Bhubaneswar

ଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ ରେସ୍ତୋରାଁ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗ ସାଥି ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବରରେ ଭଳିକି ଭଳି ରେସ୍ତୋରାଁ ଖୋଲିଛି। ଏହି କ୍ରମରେ ଇନଫୋସିଟି ପ୍ଲାଜା ପଟିଆରେ ଖୋଲିଛି “ଓଡିଶ୍ରୀ ବିରିୟାନୀ ” ରେସ୍ତୋରାଁ। ଏହି ରେସ୍ତୋରାଁରେ ଇଣ୍ଡିଆନ, ଚାଇନିଜ୍, ତନ୍ଦୁର ମେନ୍ୟୁ ସହ ଅନେକ ଖାଦ୍ୟ ମିଳି ପାରିବ।

ଅତିଥି ଭାବେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବିଧାୟକ ଗୌତମ ବୁଦ୍ଧ ଦାସ, ଅଭିନେତ୍ରୀ ଆହାନା ବରାଳ, ଖ୍ୟାତନାମା ସେଫ୍ ସୁନୀଲ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକୁ ଉଦଘାଟନ କରି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ଏହାର ଶାଖା ଖୋଲୁ ବୋଲି କହିଥିଲେ। ନିର୍ଦ୍ଦେଶିକା ସସ୍ମିତା ଦାଶଙ୍କ ସହ ସାମ୍ବାଦିକ ରାମଜୀବନ ଗୋଛାୟତ ଓ ବେଣୁଧର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଥିଲେ। ଆଗାମୀ ଦିନରେ ଓଡିଶ୍ରୀ ଗ୍ଲୋବାଲ ଭେର୍ଣ୍ଣର ନାମକ କମ୍ପାନୀ ତରଫରୁ ରାଜ୍ୟର ଅନ୍ୟ ସ୍ଥାନରେ ଏହି ରେସ୍ତୋରାଁ ଖୋଲା ଯିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories