www.samajalive.in
Sunday, December 7, 2025
13.1 C
Bhubaneswar

୨୪ଏମପି ଫ୍ରଣ୍ଟ କ୍ୟାମେରା ସହ ବଜାରକୁ ଆସିବ ‘ଅନର-୧୦ ଲାଇଟ’

ନୂଆଦିଲ୍ଲୀ : ୱାୱେର ସବ-ବ୍ରାଣ୍ଡ ଅନର ୧୫ଜାନୁଆରୀ ମଙ୍ଗଳବାର ନିଜର ନୂଆ ସ୍ମାର୍ଟଫୋନ ‘ଅନର-୧୦ ଲାଇଟ’ ଲଞ୍ଚ କରିବ। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଫୋନ ଲଞ୍ଚ କରାଯିବ। ଏହି ଫୋନର ଖାସ କଥା ହେଉଛି ଏଥିରେ ୨୪ମେଗାପିକ୍ସେଲର ଏଆଇ ସେଲଫି କ୍ୟାମେରା ମଳିବ। ଗତବର୍ଷ ସର୍ବପ୍ରଥମେ ଏହି ଫୋନକୁ ଚୀନରେ ଲଞ୍ଚ କରାଯାଇଥିଲା।

courtesy-technews.websawa.com

ଅନର-୧୦ଲାଇଟର ବିଶେଷତ୍ୱ
‘ଅନର-୧୦ ଲାଇଟ’ ଫୋନରେ ୬.୨୧ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୨୩୪୦/୧୦୮୦ପିକ୍ସଲ ରହିଛି। ଏଥିରେ ଗ୍ରାଫିକ୍ସ ପାଇଁ ଏଆରଏମ୍‍ ମାଲି ଜି-୫୧ ଏମପି-୪ ଜିପିୟୁ ମଳିବ। ଏହି ଫୋନ ୪ଜିବି/୬ଜିବି ରାମ ଏବଂ ୬୪ଜିବି/୧୨୮ଜିବି ଷ୍ଟୋରେଜରେ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୨୪ମେଗାପିକ୍ସେଲ। ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଡୟୁଡପ ଡିସପ୍ଲେ, ହାଇସିଲିକନ୍‍ କିରିନ ୭୧୦ପ୍ରୋସେସର ଏବଂ ଉଭୟ କ୍ୟାମେରାରେ ଆର୍ଟିଫିସିଆଲ ସପୋର୍ଟ ରହିଛି। ଏହାବ୍ୟତୀତ ଫୋନରେ ଆଉଟ ଅଫ ବକ୍ସ ଆଣ୍ଡ୍ରଏଡ୍ ପାଇ ୯.୦ମିଳିବ। ଫୋନରେ ୩୪୦୦ଏମ୍‍ଚର ବ୍ୟାଟେରୀ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories