www.samajalive.in
Monday, December 8, 2025
16.1 C
Bhubaneswar

ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

ନୂଆଦିଲ୍ଲୀ : ଏୟାରଟେଲ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । କମ୍ପାନୀ ଆଣିଛି ୩ଟି ଜବରଦସ୍ତ ପ୍ଲାନ୍‌ । ମହାମାରୀ ସମୟରେ, ଟେଲିକମ୍‌ କମ୍ପାନୀ ଗୁଡିକ ୱାର୍କ-ଫର୍ମ-ହୋମ୍‌ ପ୍ଲାନ୍‌ ଅଫର୍‌ ଦେଉଥିଲେ, ଯେଉଁଥିରେ ଅତିରିକ୍ତ ଡାଟା ମିଳୁଥିଲା । ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ। ଏହାର ଦାମ୍‌ ୧୬୧, ୧୮୧ ଓ ୩୬୧ ରହିଛି । ପ୍ରତ୍ୟେକ ପ୍ଲାନ୍‌ରେ ୩୦ ଦିନର ସମୟ ସୀମା ମିଳିବ। ଏହି ନୂଆ ରିଚାର୍ଜ ପ୍ଲାନ୍‌ ଏୟାରଟେଲର ଡାଟା ପ୍ଲାନ୍‌କୁ ଆହୁରି ଅଧିକ ବ୍ୟାପକ କରିବ ଯାହା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ପ୍ଲାନ୍‌ରେ ସୀମିତ ସମୟ ସହ ରହିଥିଲା ।

ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..


୧୬୧ ଟଙ୍କାର ପ୍ଲାନ୍‌ରେ ୩୦ ଦିନ ପାଇଁ ଦୈନିକ ସୀମିତ ସମୟ ବିନା ୧୨ଜିବି ଡାଟା ମିଳିଥାଏ । ଯାହାର ଦାମ୍‌ ଗୋଟିଏ ଜିବି ପାଇଁ ୧୩ ଟଙ୍କା । ସେହିପରି ୧୮୧ ଟଙ୍କାର ପ୍ଲାନ୍‌ରେ ୩୦ ଦିନ ପାଇଁ ଦୈନିକ ସୀମିତ ସମୟ ବିନା ୧୫ ଜିବି ଡାଟା ମିଳିବ । ଯାହାର ମୂଲ୍ୟ ଗୋଟିଏ ଜିବି ପାଇଁ ୧୨ଟଙ୍କା । ୩୬୧ ଟଙ୍କା ପ୍ଲାନ୍‌ରେ ୩୦ ଦିନ ପାଇଁ ଦୈନିକ ସୀମିତ ସମୟ ବିନା ୫୦ ଜିବି ଡାଟା ରହିଛି । ଯାହାର ଦାମ୍‌ ଗୋଟିଏ ଜିବି ପାଇଁ ପ୍ରାୟ ୭ଟଙ୍କା ।
୨୧୧ ଟଙ୍କାର ପ୍ଲାନ୍‌ରେ ପ୍ରତ୍ୟେକ ଦିନ ୧ ଜିବି ଡାଟା ମିଳିଥାଏ । ଅର୍ଥାତ ମାସ ଯାକ ୩୦ ଜିବି ଡାଟା ମିଳିବ । ଦୈନିକ ଆପଣଙ୍କୁ ୭ ଟଙ୍କା ପଡିବ । ଏବେ ଭୋଡାଫୋନ୍‌ ଆଇଡିଆ ନିଜର କିଛି ପ୍ଲାନ୍‌ର ସମୟ ସୀମା କମ୍‌ କରିଛି । ୪୭୯ ଟଙ୍କା ଓ ୬୬୬ ଟଙ୍କା ପ୍ଲାନ୍‌ରେ ଏବେ ପୂର୍ବ ଭଳି ଡାଟା ମିଳିବ ନାହିଁ ।

- Advertisement -

ଭୋଡାଫୋନ୍‌ ଆଇଡିଆର ୪୭୯ ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ର ସମୟ ସୀମା ପୂର୍ବରୁ ୫୬ ଦିନ ଥିଲା, ମାତ୍ର ଏବେ ଏହା ୪୮ ଦିନ । ଏହି ପ୍ଲାନ୍‌ରେ ଦୈନିକ ୧ ଜିବି ଡାଟା, ୧୦୦ ଏସଏମଏସ, ଅସୀମିତ କଲିଙ୍ଗ୍‌ ମିଳିଥାଏ । ସେହିପରି ୬୬୬ ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ର ସମୟ ସୀମା ପୂର୍ବରୁ ୭୭ ଦିନ ଥିଲା, ଏବେ ଏହା ୬୪ ଦିନ । ଏଥିରେ ନିୟମିତ ୧.୫ ଜିବି ଡାଟା, ଅସୀମିତ କଲିଙ୍ଗ୍‌, ଦୈନିକ ୧୦୦ ଏସଏମଏସ ସହ ଅନ୍ୟାନ୍ୟ ସୁବିଧା ରହିଛି ।

ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories