ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଜଣେ ଯୁବକ ଆଦୌ ଭୟ ନକରି ଜଙ୍ଗଲର ରାଜା ସିଂହକୁ ଠେଙ୍ଗା ଦେଖାଇ ଭୟଭୀତ କରୁଛନ୍ତି । ଜଙ୍ଗଲ ରାସ୍ତାରେ ଯୁବକ ଜଣକ ସିଂହ ନିକଟରେ ରହିଛନ୍ତି । ଯୁବକଙ୍କ ସାହସ ଦେଖି ଆଶ୍ଚର୍ଯ୍ୟ ହେବା ସାଧାରଣ କଥା ।

ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..


ଭିଡିଓରେ ଦେଖିପାରିବେ, ଜଙ୍ଗଲ ରାସ୍ତାରେ ସିଂହ ଓ ଯୁବକ ଦେଖାଯାଉଛନ୍ତି । ଯୁବକ ଜଣକ ହାତରେ ଏକ ଠେଙ୍ଗା ଧରିଛନ୍ତି । ଠେଙ୍ଗା ଦ୍ୱାରା ସିଂହକୁ ଭୟଭୀତ କରିବା ସହ ସେଠାରୁ ଦୂରକୁ ପଠାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଆଶ୍ଚର୍ଯ୍ୟ କଥା ସିଂହ ଆକ୍ରମଣ ନକରି ଭୟଭୀତ ହେବା ଭଳି ଦେଖାଯାଉଛି । ଯୁବକଙ୍କୁ ଦେଖି ସିଂହ ମଧ୍ୟ ସେଠାରୁ ପଳାଉଥିବା ଦେଖାଯାଉଛି । ଏହି ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସିଂହକୁ ଭୟଭୀତ ଅବସ୍ଥାରେ ଦେଖିବା ଆଶ୍ଚର୍ଯ୍ୟଜନକ ।

ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..


ବିଶେଷଜ୍ଞଙ୍କ ମତରେ ଏଭଳି ବ୍ୟବହାର ସାଧାରଣତଃ ସିଂହଙ୍କ ନିକଟରେ ଦେଖାଯାଏ ନାହିଁ । ସ୍ୱଭାବ ଅନୁଯାୟୀ ପରିସ୍ଥିତି ଦେଖି ସିଂହ ଆକ୍ରମଣ କରିଥାଏ । ମାତ୍ର ଏହି ଘଟଣାରୁ ଏଭଳି ଜଣାପଡୁଛି, ଜଙ୍ଗଲୀ ଜନ୍ତୁଙ୍କର ମଧ୍ୟ ପରିସ୍ଥିତି ଅନୁସାରେ ପ୍ରତିକ୍ରିୟା ଦେବାର କ୍ଷମତା ରହିଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଜାଣନ୍ତୁ ; ଆଖି ଡେଇଁବା ଶୁଭ, ଅଶୁଭ ନା ଭିଟାମିନ୍‌ର ଅଭାବ..

Comments are closed.