www.samajalive.in
Sunday, December 7, 2025
26.1 C
Bhubaneswar

ଚାଏ ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ: କହିଲେ ଜାତୀୟସ୍ତରର ବଡ ଷ୍ଟାଡିୟମ୍‌ ପାଇଁ ଯୋଜନା

କେନ୍ଦୁଝର ସଦର/କେନ୍ଦୁଝରଗଡ଼: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଚାଏ ପେ ଚର୍ଚ୍ଚା । ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଆଜି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ମୋହନ ମୁଖ୍ୟମନ୍ତ୍ରୀ ହେବା ପ​‌ରେ ଦ୍ଵିତୀୟଥର ପାଇଁ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟରେ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି। କେନ୍ଦୁଝରରେ ଷ୍ଟାଡିୟମ ପାଇଁ ପୂର୍ବରୁ ବହୁଥର ପ୍ରସ୍ତାବ ଦେଇଥିଲି। ଏବେ କିନ୍ତୁ କେନ୍ଦୁଝରରେ ଷ୍ଟାଡିୟମ ହେଲା ବୋଲି ଜାଣନ୍ତୁ। ଏ ନେଇ ଜିଲ୍ଲାପାଳ ଓ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ରାଙ୍କି ଷ୍ଟାଡିୟମର ମଧ୍ୟ ପୁନରୁଦ୍ଧାର ହେବ । ଏହାକୁ ଆହୁରି ବ୍ୟବସ୍ଥିତ କରାଯିବ।  ଜାତୀୟସ୍ତରର ବଡ ଷ୍ଟାଡିୟମ୍ କରିବାକୁ ଯୋଜନା ରହିଛି । ସବୁ ଜିଲ୍ଲା ହେଡକ୍ଵାର୍ଟରରେ ଷ୍ଟାଡିୟମ ଓ ପ୍ରତି ପଞ୍ଚାୟତରେ ମିନି ଷ୍ଟାଡିୟମ ପାଇଁ ଯୋଜନା କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories