www.samajalive.in
Tuesday, December 9, 2025
26.1 C
Bhubaneswar

ଆରେ ବାଃ… ଚତୁର ହାତୀ, ତାରବାଡ଼ରେ ବିଦ୍ୟୁତ ଅଛି କି ନାହିଁ ପ୍ରଥମେ ଯାଞ୍ଚ କଲା ଆଉ ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ହାତୀ ବୁଦ୍ଧିଆ ଜନ୍ତୁ ଭାବେ ପରିଚିତ। ଛୁଆ ହାତୀଠାରୁ ଆରମ୍ଭ କରି ବଡ଼ ହାତୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୌତୁକିଆ ଢଙ୍ଗ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି, ଯେଉଁଥିରେ ହାତୀ କେତେ ଚତୁର ତାହା ଦେଖିବାକୁ ମିଳିଛି।

ହାତୀଙ୍କୁ ସବୁଠୁ ବେଶୀ ଭୟ ତାର ବାଡ଼। ନେକ ସମୟରେ ତାର ବାଡ଼ରେ କରେଣ୍ଟ ଦେଇ ହାତୀଙ୍କୁ ଶିକାରୀ ହତ୍ୟା କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ହାତୀ ରାସ୍ତା ପାର ହେବା ସମୟରେ ତାର ବାଡ଼ ପଡ଼ୁଛି। ତାର ବାଡ଼ ଯୋଗୁ ହାତୀଟି ଅଟକି ଯାଉଛି। କିଛି ସମୟ ପରେ ହାତୀ ନିଜ ଗୋଡ଼ରେ ତାର ବାଡ଼କୁ ଛୁଇଁ ସେଥିରେ କରେଣ୍ଟ ଅଛି କି ନାହିଁ ତାହା ଯାଞ୍ଚ କରୁଛି। କିଛି ସମୟ ଯାଞ୍ଚ କରିବା ପରେ ତାର ବାଡ଼ ଭାଙ୍ଗି ତରବରିଆ ଭାବେ ରାସ୍ତା ପାର ହୋଇ ଜଙ୍ଗଲକୁ ଚାଲିଯାଉଛି। ଏହି ଦୃଶ୍ୟକୁ ରାସ୍ତାରେ ଅଟକିଥିବା କିଛି ପଛଚାରୀ ମୋବାଇଲରେ କଏଦ କରିଛନ୍ତି, ଯାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ରୋମାଞ୍ଚକର ହୋଇଛି।

- Advertisement -

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories