www.samajalive.in
Wednesday, December 10, 2025
17.1 C
Bhubaneswar

କୁଲ୍‍ଗାମରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁଲ୍‍ଗାମ୍‍ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ସୂତ୍ରରୁ ଜଣାପଡ଼ିଛି, କୁଲ୍‍ଗାମ୍‍ ଜିଲ୍ଲାର ୟାରିପୋରାର କଟାପୋରା ଗ୍ରାମରେ କେତେକ ସନ୍ତ୍ରାସବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେଠାରେ ଚଢ଼ଉ କରାଯାଉଥିଲା। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀର ପାଲଟା ଆକ୍ରମଣରେ ଗତ ସନ୍ଧ୍ୟାରେ ଦୁଇ ଜଣ ଆତଙ୍କବାଦୀଦୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ୍‍ ସିଂହ ସୂଚନା ଦେଇଛନ୍ତି।

ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ସେ ହେଉଛି କୁଖ୍ୟାତ ଆତଙ୍କବାଦୀ ଜୀନତ ଉଲ-ଇସଲାମ। ସେ ଅଲ-ବଦ୍ର ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିଲା। ଜୀନତ ଆଇଡି ବିସ୍ଫୋରଣରେ ମାହିର ଥିଲା । ପ୍ରଥମେ ସେ ହିଜବୁଲ ମୁଜାହିଦ୍ଦିନ ସହିତ ଜଡିତ ଥିଲା। ତେବେ ଏହି ଆତଙ୍କବାଦୀର ମୃତ୍ୟୁ ପରେ ସଂପୃକ୍ତ ଅଞ୍ଚଳରେ ପଥର ଫିଙ୍ଗା ଆରମ୍ଭ ହୋଇଇଥିଲା। ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆ ଯାଇଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ  ମଧ୍ୟ  କଡାକଡ଼ି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories