www.samajalive.in
Saturday, December 6, 2025
17.1 C
Bhubaneswar

ହଷ୍ଟେଲରେ ଗୋମାଂସ ରୋଷେଇ ଘଟଣା: ୭ ଛାତ୍ର ବହିଷ୍କୃତ

ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ବାଳକ ହଷ୍ଟେଲ ପରିସରରେ ଗୋମାଂସ ରୋଷେଇ କରିବା ଘଟଣାରେ ୭ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ବୁଧବାର କିଛି ଅଣହିନ୍ଦୁ ଛାତ୍ର ଗୋମାଂସ ଆଣି ଛାତ୍ରାବାସରେ ରୋଷେଇ କରିବା ସହ ଭକ୍ଷଣ କରିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି କଲେଜର ଶୃଙ୍ଖଳା କମିଟିର ସୁପାରିସ କ୍ରମେ କଲେଜ ଛାତ୍ର ୱେଲଫେୟାର କମିଟି ପକ୍ଷରୁ ଘଟଣାରେ ସମ୍ପୃକ୍ତ ୭ ଛାତ୍ରକୁ ହଷ୍ଟେଲରୁ ବହିଷ୍କାର କରାଯାଇଥିବା ବେଳେ ଯେଉଁ ଛାତ୍ରଙ୍କ କୋଠରୀରେ ରୋଷେଇ କରାଯାଇଥିଲା ତାଙ୍କଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅଭିଯୁକ୍ତ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଥିବା ବେଳେ ସେମାନଙ୍କୁ କଲେଜରୁ ବହିଷ୍କାର କରାଯାଇନଥିବା ପ୍ରତିବାଦରେ ଶୁକ୍ରବାର ଅପରାହ୍ନ ସାଢେ ୪ଟା ବେଳେ ବଜରଙ୍ଗ ଦଳ ଓ ବିଜେପିର କର୍ମୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଜରଙ୍ଗ ଦଳ ଓ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ବହୁ ସମର୍ଥକ କଲେଜରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ଦାବି କରିଥିଲେ। ପରେ ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଉଚିତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ବିକ୍ଷୋଭରୁ କର୍ମୀମାନେ ଓହରିଥିଲେ।

ସୂଚନାଯୋଗ୍ୟ, କ୍ୟାମ୍ପସ ପରିସରରେ ଗୋମାଂସ ରୋଷେଇ ଓ ଭକ୍ଷଣ ନେଇ ଅଭିଯୋଗ ହୋଇଥିବାବେଳେ ଉକ୍ତ ଘଟଣାରେ କଲେଜ କର୍ତ୍ତୃପକ୍ଷ କିମ୍ବା ପୁଲିସ ପକ୍ଷରୁ ରୋଷେଇ ସାମଗ୍ରୀ କିମ୍ବା ଗୋମାଂସ ଜବତ ହୋଇ ନଥିଲା। ତେଣୁ ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି। ଉଲ୍ଲେଖଯୋଗ୍ୟ,ବୁଧବାର ରାତିରେ କଲେଜ କ୍ୟାମ୍ପସ ପରିସରରେ ଥିବା ଫାଲଗୁନି ବାଳକ ହଷ୍ଟେଲର ଏକ କୋଠରୀରେ ଉକ୍ତ ହଷ୍ଟେଲ ସମେତ ଅନ୍ୟ ହଷ୍ଟେଲ ର ୭ ଜଣ ଛାତ୍ର ମିଶି ଗୋମାଂସ ରୋଷେଇ କରିବା ସହ ଭକ୍ଷଣ କରିଥିବା ଅଭିଯୋଗ ହୋଇଛି। ହଷ୍ଟେଲ କୋଠରୀରୁ ବାସ୍ନା ଆସିବାରୁ ଅନ୍ୟ ଛାତ୍ରମାନେ ସେଠାରେ ପହଞ୍ଚି ଏହାର ବିରୋଧ କରିବା ସହ ହଷ୍ଟେଲ ଅଧୀକ୍ଷକଙ୍କୁ ଅବଗତ କରିଥିଲେ।ଏହି ଘଟଣାକୁ ନେଇ ଗୁରୁବାର କ୍ୟାମ୍ପସ ପରିସରରେ ଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories