www.samajalive.in
Saturday, December 6, 2025
17.1 C
Bhubaneswar

ମା’ ଆସୁଛନ୍ତି; ରସୁଲଗଡ଼ରେ ମୁଖ୍ୟ ଆକର୍ଷଣ ସାଜିବ ‘ସ୍ୱାମୀନାରାୟଣ ମନ୍ଦିର’ ତୋରଣ

ଭୁବନେଶ୍ୱର: ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଏଥର ୩୨ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଚଳିତ ଥର ପୂଜାମଣ୍ଡର ମୁଖ୍ୟ ଆକର୍ଷଣ ଭାବେ ଶୋଭାପାଇବ ଗୁଜରାଟର ‘ସ୍ୱାମୀନାରାୟଣ ମନ୍ଦିର’ ଢାଞ୍ଚାରେ ତୋରଣ। କଲକାତା ଅଞ୍ଚଳର ୪୫/୫୦ ଜଣ କାରିଗର ମାସକ ପୂର୍ବରୁ ସ୍ୱାମୀ ନାରାୟଣ ମନ୍ଦିର ଢାଞ୍ଚାରେ ଏହି ତୋରଣ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ତୋରଣର ଉଚ୍ଚତା ୯୦ଫୁଟ୍‌‌ ଏବଂ ପ୍ରସ୍ଥ ୧୩୦ଫୁଟ୍‌‌ ରହିବ। କଲକାତା ଅଞ୍ଚଳର ମୁଖ୍ୟ କାରିଗର ବିଦ୍ୟୁତ୍‌‌ ଜାନା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି। ମା’ଙ୍କ ମେଢ ସହିତ ମୂର୍ତ୍ତିର ଉଚ୍ଚତା ୨୪ଫୁଟ୍‌‌ ଥିବାବେଳେ ଏହାସହିତ ପାଶ୍ୱର୍ ଦେବଦେବୀ ଭାବେ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକ ଶୋଭା ପାଇବେ। ଦଶହରା ଅବସରରେ ଏଠାରେ ମେଲୋଡି ଏବଂ ବିଭିନ୍ନ ପାରମ୍ପରିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସପ୍ତମୀ ଦିନ ଖେଚୁଡି ଭୋଗ, ଅଷ୍ଟମୀ ରାତ୍ରରେ ଦହି ପଖାଳ, ନବମୀ ଦିନ ଅନ୍ନ ଭୋଗ ଏବଂ ଦଶମୀ ଦିନ ପିଠା ଭୋଗ ଲାଗି କରାଯିବ।
ଏହାସହିତ ଚଳିତ ଥର ଜନସମାଗମ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ମଣ୍ଡପରେ ପୂଜା କମିଟିର ୫୦ଜଣ ସ୍ୱେଚ୍ଛାସେବୀ ଓ ୫୦ଜଣ ସୁରକ୍ଷା କର୍ମୀ ନିୟୋଜିତ ହେବେ। ମଣ୍ଡପର ଭିଡ଼ ନିୟନ୍ତ୍ରଣ ସହିତ ଚୋରି ଓ ବିଶୃଙ୍ଖଳା ରୋକିବା ଦିଗରେ ସହାୟତା ପାଇଁ ୪୦ଟି ୱାକିଟକି ବ୍ୟବସ୍ଥା ସହିତ ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ସିସି କ୍ୟାମେରା ଖଞ୍ଜା ଯିବ। ଚଳିତ ବର୍ଷା ଭସାଣିରେ ଘୋଡା ନାଚ, ଆଦିବାସୀ ନାଚ, ଘୁମୁରା ନାଚ, ଦୁଲଦୁଲି ବାଜା, ପଞ୍ଜାବୀ ବାଜା, ଘଣ୍ଟ ପାଟୁଆ ଭଳି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ମୁଖ୍ୟ ଆକର୍ଷଣ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories