କୃଷକ ନିର୍ମାଣ କଲେ ସ୍ୱପ୍ନର ବିମାନ, ଏୟାରବସ୍ ଏ-୩୨୦ ପ୍ରତିକୃତି
ବେଜିଂ .- ଚୀନ୍ର ଜଣେ କୃଷକ ଜୁ ହୁଇଙ୍କର ପିଲାଦିନରୁ ବିମାନ ତିଆରି କରିବା ପାଇଁ ମନରେ ଅନେକ ଆଗ୍ରହ ଥିଲା । ମାତ୍ର ସମୟର ଗତିରେ ସେ କୃଷକ ହୋଇଥିଲେ । ସେ ଜଣେ ସଫଳ ଚାଷୀ ହୋଇ ପାରିଥିଲେ । ମାତ୍ର ସେ ପିଲାଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ କିଛି ଯାନ୍ତ୍ରୀକ ତାଲିମ ନେଇଥିଲେ । ତାଲିମ ନେବା ପରେ ସେ ପ୍ରକୃତ ଆକାରର ଏକ ଏୟାର ବସ୍ର ପ୍ରତିକୃତି ନିର୍ମାଣ କରିଛନ୍ତି ।
Handmade Airbus A320! Chinese farmer builds full-size replica of the plane pic.twitter.com/6C5gg6VEgP
— China Xinhua News (@XHNews) January 10, 2019
ଏୟାରବସର ପ୍ରତିକୃତି ନିର୍ମାଣ କରିବା ପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଛି । ଏଥିପାଇଁ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବିମାନର ଏହି ପ୍ରତିକୃତି ନିର୍ମାଣ କରିବା ପାଇଁ ୪୫ ୩୪୯ କିଲୋଗ୍ରାମ ଇସ୍ପାତ ବ୍ୟବହାର କରାଯାଇଛି । ଏହ ବିମାନ ପ୍ରତିକୃତିର ଇଞ୍ଜିନ ଘୁରିବା ସହ ଏହା ଦୂରରୁ ଅସଲ ବିମାନ ପରି ଦେଖାଯାଉଛି । ଏବେ ଏହାକୁ ସେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ କରିବା ପାଇଁ ଯାଉଛନ୍ତି । ଏଥିରେ ଏକ ରେଷ୍ଟାଉରାଣ୍ଟ, ବିବାହ ଫଟୋଗ୍ରାଫି କେନ୍ଦ୍ର ଖୋଲିବା ପାଇଁ ଯ।ଉଛନ୍ତି ।