ବୋଇଂ ବିମାନ ପାଇଁ ଯନ୍ତ୍ରାଶଂ ଯୋଗାଇବ ଓ୍ୱିପ୍ରୋ
ନୂଆଦିଲ୍ଲୀ ..- ଓ୍ୱିପ୍ରୋ କମ୍ପାନୀର ଏରୋସ୍ପେସ୍ ବିଭାଗ ଆମେରିକାର ବିମାନ ପ୍ରସ୍ତୁତକାରୀ କମ୍ପାନୀ ‘ବୋଇଂ’ ପାଇଁ ବିଭିନ୍ନ ଯନ୍ତ୍ରାଶଂ ତିଆରି କରିବ । ବେଙ୍ଗାଲୁରର ଦେବନହାଲି ନିକଟରେ ଥିବା ଓ୍ୱିପ୍ରୋର କାରଖାନାରେ ଏହି ଯନ୍ତ୍ରାଶଂ ତିଆରି କରାଯିବ । ଓ୍ୱିପ୍ରୋ ଇନଫ୍ରାଷ୍ଟ୍ରକଚର୍ ଇଞ୍ଜିନିୟରିଂ ବିମାନର ଏହି ଯନ୍ତ୍ରାଶଂ ନିର୍ମାଣ କରିବ। ଓ୍ୱିପ୍ରୋ ଇନଫ୍ରାଷ୍ଟ୍ରକଚର୍ ଇଞ୍ଜିନିୟରିଂ ବୋଇଂ ୭୩୭ ଓ ୭୩୭ ମାକ୍ସ ଅତ୍ୟାଧୁନିକ ବିମାନ ପାଇଁ ଯନ୍ତ୍ରାଶଂ ନିର୍ମାଣ କରିବ ।
ଓ୍ୱିପ୍ରୋ ଇନଫ୍ରାଷ୍ଟ୍ରକଚର୍ ଇଞ୍ଜିନିୟରିଂ ର ଇସ୍ରାଏଲ୍ରେ ଥିବା ପ୍ଲାଣ୍ଟରେ ବୋଇଂ ୭୩୭,୭୩୬,୭୮୭ ପାଇଁ ଯନ୍ତ୍ରାଶଂ ନିର୍ମାଣ କରାଯାଉଥିଲା ।
ଏହା ବୋଇଂ ଓ ଭାରତୀୟ ବିମାନ ଯନ୍ତ୍ରାଶଂ ନିର୍ମାଣକାରୀ ସଂସ୍ଥାଙ୍କ ସହ ଏକ ଉତ୍ତମ ପଦକ୍ଷେପ ବୋଲି ବୋଇଁ ଇଣ୍ଡିଆର ସପ୍ଲାଏ ଚେନ୍ ନିର୍ଦେଶକ ଅଶ୍ୱିନୀ ଭାର୍ଗବ କହିଛନ୍ତି ।