www.samajalive.in
Monday, December 8, 2025
27.1 C
Bhubaneswar

ବୋଇଂ ବିମାନ ପାଇଁ ଯନ୍ତ୍ରାଶଂ ଯୋଗାଇବ ଓ୍ୱିପ୍ରୋ

ନୂଆଦିଲ୍ଲୀ ..-  ଓ୍ୱିପ୍ରୋ କମ୍ପାନୀର ଏରୋସ୍ପେସ୍‌ ବିଭାଗ ଆମେରିକାର ବିମାନ ପ୍ରସ୍ତୁତକାରୀ କମ୍ପାନୀ ‘ବୋଇଂ’ ପାଇଁ ବିଭିନ୍ନ ଯନ୍ତ୍ରାଶଂ ତିଆରି କରିବ । ବେଙ୍ଗାଲୁରର ଦେବନହାଲି ନିକଟରେ ଥିବା  ଓ୍ୱିପ୍ରୋର କାରଖାନାରେ ଏହି ଯନ୍ତ୍ରାଶଂ ତିଆରି କରାଯିବ । ଓ୍ୱିପ୍ରୋ ଇନଫ୍ରାଷ୍ଟ୍ରକଚର୍‌ ଇଞ୍ଜିନିୟରିଂ  ବିମାନର ଏହି ଯନ୍ତ୍ରାଶଂ ନିର୍ମାଣ କରିବ। ଓ୍ୱିପ୍ରୋ ଇନଫ୍ରାଷ୍ଟ୍ରକଚର୍‌ ଇଞ୍ଜିନିୟରିଂ   ବୋଇଂ ୭୩୭ ଓ ୭୩୭ ମାକ୍ସ ଅତ୍ୟାଧୁନିକ ବିମାନ ପାଇଁ ଯନ୍ତ୍ରାଶଂ ନିର୍ମାଣ କରିବ ।

ଓ୍ୱିପ୍ରୋ ଇନଫ୍ରାଷ୍ଟ୍ରକଚର୍‌ ଇଞ୍ଜିନିୟରିଂ ର ଇସ୍ରାଏଲ୍‌ରେ ଥିବା ପ୍ଲାଣ୍ଟରେ ବୋଇଂ ୭୩୭,୭୩୬,୭୮୭ ପାଇଁ ଯନ୍ତ୍ରାଶଂ ନିର୍ମାଣ କରାଯାଉଥିଲା ।

- Advertisement -

ଏହା ବୋଇଂ ଓ ଭାରତୀୟ ବିମାନ ଯନ୍ତ୍ରାଶଂ ନିର୍ମାଣକାରୀ ସଂସ୍ଥାଙ୍କ ସହ ଏକ ଉତ୍ତମ ପଦକ୍ଷେପ ବୋଲି ବୋଇଁ ଇଣ୍ଡିଆର ସପ୍ଲାଏ ଚେନ୍‌ ନିର୍ଦେଶକ ଅଶ୍ୱିନୀ ଭାର୍ଗବ କହିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories