www.samajalive.in
Saturday, December 13, 2025
27.1 C
Bhubaneswar

ସିବିଏସଇ ଦଶମ ଗଣିତ ପରୀକ୍ଷାରେ ପରିବର୍ତ୍ତନ

ନୂଆଦିଲ୍ଲୀ : କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାରେ ଏହାର ପରିବର୍ତ୍ତନ କରାଯାଇଛି। ସୂଚନାମୁତାବକ ବୋର୍ଡ ପରୀକ୍ଷା୨୦୨୦ ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ଏକ ବେସିକ ଏବଂ ଷ୍ଟାଣ୍ଡାର୍ଡ ଗଣିତ ମାଧ୍ୟମ ଆରମ୍ଭକୁ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଆସନ୍ତାବର୍ଷ ଶିକ୍ଷାବର୍ଷରୁ କରାଯିବ। ତେବେ ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଗଣିତରେ ବେସିକ ଓ ଷ୍ଟାଣ୍ଡାର୍ଡ ଦ୍ୱାରା ପାଠପଢିପାରିବେ। ମୁଖ୍ୟତଃ ବୋର୍ଡ ପରୀକ୍ଷାରେ ସମୟରେ ଛାତ୍ରଛାତ୍ରୀଙ୍କ ସଠିକ ମୂଲ୍ୟାଙ୍କନ କିଭଳି କରାଯିବ, ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗଣିତକୁ ନେଇ ଉଚ୍ଚ ଶିକ୍ଷିତ କରିବାକୁ ଚାହୁଁଥିଲେ ଷ୍ଟାଣ୍ଡାର୍ଡ ଗଣିତ ଓ ଗଣିତକୁ ନ ରଖିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ବେସିକ ଗଣିତ ରଖିପାରିବେ। ତେବେ ଏହି ନିୟମରେ ସିବିଏସଇ ପାଠ୍ୟକ୍ରମ, ଶ୍ରେଣୀଗୃହ ପଢାଶୈଳୀ କିମ୍ବା ଗାଣିତିକ ସଂରଞ୍ଜାମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories