www.samajalive.in
Thursday, December 11, 2025
18.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ଅଡ଼ବା ମୁଖ୍ୟରାସ୍ତା ବିଦ୍ୟୁତ୍‍ ଟ୍ରାନ୍ସଫରମର

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ମୁଖ୍ୟ ରାସ୍ତାକଡ଼ରେ ବିଦ୍ୟୁତ୍‍ ଟ୍ରାନ୍ସଫରମର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଅଡ଼ବା ବଜାରକୁ ପ୍ରତିଦିନ ହଜାର ହଜାର ଜନସାଧାରଣ ସଉଦା କିଣିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଆସିଥାନ୍ତି। ରବିବାର ଦିନ ଅଡ଼ବାରେ ବଡ଼ ହାଟ ବସୁଥିବା ବେଳେ ଆଖପାଖ ଲୋକ ଏହା ଉପରେ ନିର୍ଭର କରିଥାଆନ୍ତି। କିନ୍ତୁ ଉକ୍ତ ହାଟ ନିକଟରେ ଅଡ଼ବା ଅଞ୍ଚଳକୁ ସଂଯୋଗ କରୁଥିବା ବିଦ୍ୟୁତ୍‍ ଟ୍ରାନ୍ସଫରମରକୁ ସିମେଣ୍ଟ ନନ୍ଦ ଉପରେ ରଖି ପାର୍ଶ୍ବରେ ଅଳିଆ ଆବର୍ଜନା ପଡ଼ିଥିବା ବେଳେ ତଳକୁ ବିଦ୍ୟୁତ୍‍ ତାର ଲମ୍ବି ରହିଛି। ଏହାର ଚତୁଃପାର୍ଶ୍ବରେ ବାଡ ନଥିବାରୁ କେବେ କେଉଁ ଦିନ କୌଣସି ବ୍ୟକ୍ତି କିମ୍ବା ଗାଈଗୋରୁ ମରଣଯନ୍ତାରେ ପଡ଼ିଯିବେ ତାହା ଦେଖିବାକୁ ବାକି ରହିଲା। କିଛି ଦିନ ତଳେ ଗାଈ ଚରୁଥିବା ସମୟରେ ଉକ୍ତ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସିବାରୁ ଗାଈଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତିଯାଇଥିଲା। କିଛି ଜନସାଧାରଣଙ୍କ ଉଦ୍ୟମରେ ତାକୁ ସେଠାରୁ ବଂଚାଯାଇଥିଲା। ଏହି ବିଷୟରେ ସ୍ଥାନୀୟ ସାଉଥ୍‍କୋ ଜୁନିଅର ମ୍ୟାନେଜର ଜ୍ୟୋତିଷ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ ଏସ୍‍ଡ଼ିଓଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। କିନ୍ତୁ ଏସ୍‍ଡ଼ିଓଙ୍କ କହିବାନୁଯାୟୀ ଅଡ଼ବାରୁ କୌଣସି ପ୍ରକାର ମୋ ପାଖକୁ ଲିଖିତ କିମ୍ବା ମୌଖିକ ଭାବେ ଏହି ବିଷୟରେ ଅଭିଯୋଗ ଆସିନାହିଁ। ପ୍ରକାଶ ଥାଉକି, ଆଗକୁ ନିର୍ବାଚନ ଥିବା ବେଳେ ଅଡ଼ବା ଗ୍ରାମର ସମସ୍ୟା ଉପରେ ସମସ୍ୟା ଲାଗିରହିଛି। କିନ୍ତୁ ସ୍ଥାନୀୟ ସାଉଥ୍‍କୋ ଜୁନିଅର ମ୍ୟାନେଜର ନାଚ ଗୀତରେ ମଉଜ ରହୁଥିବା ବେଳେ କାର୍ଯ୍ୟରେ ଅବହେଳା କରୁଛନ୍ତି। ତେବେ ଏହା ଉପରେ ଉପର ଅଧିକାରୀ କି ପଦକ୍ଷେପ ନେବେ ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories