ମୋହନା: ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଯୋଡ଼ାଆମ୍ବରେ ଥିବା ଡାହାଣୀ ନାଳ ନିକଟରେ ମର୍ମନ୍ତୁଦ ଦୁଘଁଟଣା ଘଟିଛି। ବାଇକ୍ ଦୁର୍ଘଟଣାରେ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଆକିଲି ଗାଁର ସରୋଜ କୁମାର ବଣଷଣ୍ଢ (୨୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆକିଲି ଗାଁର ସରୋଜ କୁମାର ବଣଷଣ୍ଢ (୨୦) ଏବଂ ବିଘ୍ନରାଜ ପରିଛା (୧୯) ଦୁଇଜଣ ଯୋଡ଼ାଆମ୍ବ ଗାଁକୁ ଏକ ଶୁଦ୍ଧିଘର ଭୋଜିକୁ ଯାଇଥିଲେ।
ଫେରିବା ବେଳେ ବିଳମ୍ବିତ ରାତିରେ ଡାହାଣୀ ନାଳ ପାଖରେ ଥିବା ଏକ ସାଇନ୍ବୋର୍ଡକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ। ଯାହା ଫଳରେ ସରୋଜ ଏବଂ ବିଘ୍ନରାଜ ଗୁରୁତର ଅବସ୍ଥାରେ ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଏଥିସହିତ ବାଇକ୍ ଓ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।



