www.samajalive.in
Wednesday, December 10, 2025
23.1 C
Bhubaneswar

ଶୁଭଙ୍କରଙ୍କ ବିରୁଦ୍ଧରେ ଏତଲା

ସମାଜ ଲାଇଭ ଡ଼େସ୍କ : ବଢିଲା ଶୁଭଙ୍କର ମିଶ୍ରଙ୍କ ବିବାଦ । ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ଏତଲା । ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ । ଗତ କିଛି ଦିନ ଧରି ଶୁଭଙ୍କର ତାଙ୍କ  ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ସଙ୍କ୍ରାନ୍ତୀୟ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିବାଦଦେଖା ଯାଇଥିଲା । ଶ୍ରୀମନ୍ଦିର କୁ କେହି ପ୍ରେମୀଯୁଗଳ ଗଲେ ତାଙ୍କର ବିବାହ ହୋଇ ପାରିବ ନାହିଁ କହିଥିଲେ ଶୁଭଙ୍କର । ଏହାକୁ ବ୍ୟାଖ୍ୟା କରି , ରାଧାରାଣୀଙ୍କ ଅଭିଶାପ ଯୋଗୁଁ ଏପରି ହେଉଥିବା କହିଥିଲେ ଶୁଭଙ୍କର । ଯାହାକୁ ନେଇ ଗତ କିଛିଦିନ ହେବ ବିବାଦ ଘେରରେ ଅଛନ୍ତି ଶୁଭଙ୍କର । ଏତଲା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତଦନ୍ତରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେବ ବୋଲି ମଧ୍ୟ କହିଛନ୍ତି ପୁରୀ ଏସପି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories