www.samajalive.in
Monday, December 8, 2025
14.1 C
Bhubaneswar

ପୂଜା ଚାନ୍ଦା ପାଇଁ ବାଇକକୁ ପୋଡି ଦେଲେ ଦୁର୍ବୃତ୍ତ

ସମ୍ବଲପୁର: ପୂଜା ଚାନ୍ଦା ପାଇଁ ବାଇକକୁ ପୋଡି ଦେଲେ ଦୁର୍ବୃତ୍ତ। ବିଭିନ୍ନ ପୂଜା ସମୟରେ ଜବରଦସ୍ତ ଲୋକଙ୍କ ଠାରୁ ଚାନ୍ଦା ମାଗିବା ବେଆଇନ ଅଟେ । ଏବେ ପୁଣି ଥରେ ସମ୍ବଲପୁର ଦୁର୍ଗାପାଲି ଠାରେ ଗଣେଶ ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିବାକୁ ବିରୋଧ କରିବାରୁ ପରିବାରର ୨ ଗୋଟି ଦୁଇ ଚକିଆ ଯାନକୁ କିଛି ଦୁର୍ବୃତ୍ତ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏନେଇ ପୁଲିସରେ ଅଭିଯୋଗ ହେବା ସହ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି।
ସୂଚନା ଅନୁସାରେ ସମ୍ବଲପୁର କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲିରେ ଜୟନ୍ତ ମେହେର ନିଜ ପରିବାର ସହ ରହୁଥିବା ବେଳେ ଚାନ୍ଦା ମାଗିବାକୁ ନେଇ କିଛି ଜଣ ଗତ ରାତିରେ ଆସିଥିଲେ। ତେବେ ଚାନ୍ଦା ନଦେବା କାରଣରୁ ତାଙ୍କ ଘର ବାହାରେ ଥିବା ଏକ ହୋଣ୍ଡା ସାଇନ, ବ୍ୟାଟେରୀ ଗାଡି, ଛୋଟ ସାଇକେଲ, କିଛି ସିମେଣ୍ଟ ବସ୍ତାକୁ ଭୋର ସକାଳ ୪ଟା ସମୟର ପୋଡ଼ି ଦିଆ ଯାଇଥିବା ଜଣାପଡିଥିଲା। ତେବେ ଚାନ୍ଦା ମାଗିବାକୁ କେନ୍ଦ୍ର କରି ଜୟନ୍ତଙ୍କ ପରିବାର ବିରୋଧ କରିବାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଇଛି। ଏନେଇ ଅଗ୍ନିଶମ ସେବାକେନ୍ଦ୍ର ପକ୍ଷରୁ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରାଯାଇଛି। କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିବା ସୂଚନା ମିଳିଛି।

ଦେଖନ୍ତୁ ଭିଡିଓ; ମେଳାରେ ଦେଖୁଥିଲେ ଯୁବତୀଙ୍କ ନୃତ୍ୟ, ହଠାତ୍‌ ଖସି ପଡିଲା ଟିଣ ଛାତ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories