www.samajalive.in
Tuesday, December 9, 2025
15.1 C
Bhubaneswar

ଜାମ୍ମୁ-କାଶ୍ମୀର ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ପ୍ରତ୍ୟାହାର କରି ନୂଆ ତାଲିକା ଜାରି କଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ପ୍ରଥମେ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରିନେଇଛି ବିଜେପି। ଏହା ସହିତ ଏକ ନୂଆ ତାଲିକା ପ୍ରକାଶ କରିଛି। ନୂଆ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଥିବା ୧୫ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ନାମ ପ୍ରକାଶ କରାଯାଇଛି।

- Advertisement -

ସୋମବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ମୋଟ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ ଜଣ, ୨ୟ ପର୍ଯ୍ୟାୟର ୧୦ ଜଣ ଏବଂ ୩ୟ ପର୍ଯ୍ୟାୟର ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଦଳ ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ନାମ ସମ୍ବଳିତ ତାଲିକା ପ୍ରତ୍ୟାହାର କରିନିଆଯାଇଥିଲା। ଏହାର କିଛି ସମୟ ପରେ ପୁନର୍ବାର ଏକ ନୂଆ ତାଲିକା ଜାରି କରାଯାଇଛି, ଯେଉଁଥିରେ କେବଳ ୧୫ ପ୍ରାର୍ଥୀଙ୍କ ନାମ ରହିଛି। ଏହି ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବେ। ପୂର୍ବ ତାଲିକାରେ ଯେଉଁ ୧୫ ପ୍ରାର୍ଥୀଙ୍କ ନାମ ରହିଥିଲା, ନୂଆ ତାଲିକାରେ ମଧ୍ୟ ସେହିମାନଙ୍କ ନାମ ରହିଛି।

ସୂଚନାଯୋଗ୍ୟ, ୩ଟି ପର୍ଯ୍ୟାୟରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ, ୨୫ରେ ୨ୟ ପର୍ଯ୍ୟାୟ ଏବଂ ଅକ୍ଟୋବର ୧ ତାରିଖରେ ୩ୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories