www.samajalive.in
Tuesday, December 9, 2025
23.1 C
Bhubaneswar

ଚୀନର ନୂଆ ରାଡ଼ର, ପୂରା ଭାରତ ଉପରେ ରଖିବ ନଜର

ବେଜିଂ : ଭାରତ ପଡୋଶୀ ଦେଶ ଚୀନ ଏକ ଅତ୍ୟାଧୁନିକ ସାମୁଦ୍ରିକ ରାଡ଼ର ବିକଶିତ କରିଥିବା ଜାଣିବାକୁ ମିଳିଛି। ଏହି ରାଡ଼ର ପୂରା ଭାରତ ଉପରେ ନଜର ରଖିପାରିବ। ଏହି ରାଡ଼ର ବହୁ ଶକ୍ତିଶାଳୀ ଏବଂ କ୍ଷମତା ବହୁ ଅଧିକ ରହିଛି। ଏହା କୌଣସି ଛୋଟ ଅଞ୍ଚଳ ନୁହଁ ବରଂ ଭାରତର ସମସ୍ତ କୋଣ ଅନୁକୋଣ ଉପରେ ନଜର ରଖିପାରିବ। ଚୀନ ଗଣମାଧ୍ୟମରେ ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଘରୋଇସ୍ତରରେ ଏହି ରାଡ଼ର ବିକଶିତ କରାଯାଇଛି। ଚୀନର ନୌସେନା ପାଇଁ ଏହି ରାଡ଼ରକୁ ପ୍ରସ୍ତୁତ କରାଯାଇଛି ଓ ଏହା ଦକ୍ଷିଣ ଚୀନ ସାଗର ସହ ଆଖପାଖ ସମୁଦ୍ର ଉପରେ ନଜର ରଖିବ। ଅତ୍ୟାଧୁନି ଜ୍ଞାନକୌଶଳରେ ନିର୍ମିତ ଅନ୍ୟ ରାଡର ତୁଳନାରେ ଏହି ରାଡ଼ର ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ବୁଡ଼ା ଜାହାଜ ଏବଂ କ୍ଷେପଣାସ୍ତ୍ର ସମ୍ପର୍କରେ ବହୁ ଆଗରୁ ସତର୍କ କରାଇଦେବ। ଓଭର ଦି ହରାଇଜନ (ଓଟିଏଚ୍‍) ନାମକ ଚୀନର ଏହି ରାଡ଼ର ପ୍ରୋଗାମରେ ସାମିଲ ବୈଜ୍ଞାନିକଙ୍କ କହିବା ଅନୁସାରେ ଚାଇନିଜ ଆକାଡେମୀ ଅଫ ସାଇନସେସ୍‌ (ସିଏଏସ୍‍)ର ଶିକ୍ଷାବିତ୍‍ ଲିୟୁ ୟୋଙ୍ଗତାନ ଏହାକୁ ବିକଶିତ କରିଛନ୍ତି।
ଏହି ନୂଆ ରାଡର ଦ୍ୱାରା ଚୀନର ସାମରିକ ଶକ୍ତି ବୃଦ୍ଧି ପାଇଛି। ନିକଟରେ ଚୀନ ତିବ୍‍ବତରେ ହାଲକା ଯୁଦ୍ଧ ଟ୍ୟାଙ୍କ ଓ ହାଉତିଜର ତୋପ୍‍ ମୁତୟନ କରିଛି। ଏହି ନୂଆ ରାଡର ଏବେ ଭାରତ ପାଇଁ ଚିନ୍ତାର କାରଣ ସାଜିଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories