www.samajalive.in
Monday, December 8, 2025
14.1 C
Bhubaneswar

ନିର୍ବାଚନ ଆୟୋଗରେ ପଞ୍ଜିକରଣ ଲୋଡ଼ିଲେ ୭ ନୂଆ ଦଳ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗରେ ପଞ୍ଜିକରଣ ପାଇଁ ମଙ୍ଗଳବାର ୭ଟି ନୂଆ ରାଜନୈତିକ ଦଳ ଆବେଦନ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଭାଗ ନେବା ପାଇଁ ଏହି ନୂଆ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ସେହି କ୍ରମରେ ଏହି ଦଳଗୁଡ଼ିକ ଆବେଦନ କରିଛନ୍ତି। ପଞ୍ଜିକରଣ ଆବେଦନ କରିଥିବା ଏହି ନୂଆ ଦଳଗୁଡ଼ିକ ହେଲା ଭାରତୀୟ ବିକାଶ ଦଳ (ସଂଯୁକ୍ତ), ଲୋକତାନ୍ତ୍ରିକ ଜନତା ସ୍ୱରାଜ ଦଳ, ଜାତୀୟ ଅୱାମୀ ସଂଯୁକ୍ତ ଦଳ, ପୂର୍ବାଞ୍ଚଳ ନବନିର୍ମାଣ ଦଳ, ରାଷ୍ଟ୍ରୀୟ ଜନଶକ୍ତି ସମାଜ ଦଳ, ସାକାଲା ଜାନୁଲା ଦଳ, ସ୍ୱତନ୍ତ୍ର ଦଳ। ଚଳିତ ବର୍ଷ ଏପ୍ରିଲ କିମ୍ବା ମେ’ ମାସରେ ଲୋକସଭା ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଉପରୋକ୍ତ ଦଳଗୁଡ଼ିକ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି। ପ୍ରକାଶ ଯେ ଏବେ ପାଖାପାଖି ୨୦୦୦ ପଞ୍ଜିକୃତ ରାଜନୈତିକ ଦଳ ଅଛନ୍ତି। ସେଥିମଧ୍ୟରୁ ମାତ୍ର କିଛି ଦଳକୁ ନିର୍ବାଚନ ଆୟୋଗ ରାଜନୈତିକଳ ଦଳର ମାନ୍ୟତା ପ୍ରଦାନ କରିଛନ୍ତି। ମାନ୍ୟତା ପ୍ରାପ୍ତ ଦଳଗୁଡ଼ିକ ମଧ୍ୟରେ ୭ଟି ଜାତୀୟ ଦଳ ଏବଂ ୫୯ଟି ଆଞ୍ଚଳିକ ଦଳ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories