www.samajalive.in
Sunday, December 7, 2025
18.1 C
Bhubaneswar

ଆଦିବାସୀଙ୍କ ଅଧିକାର କ୍ଷୁଣ୍ଣ ପ୍ରତିବାଦରେ ଦାବିପତ୍ର ପ୍ରଦାନ

କଲମପୁର: ଜଳ, ଜମି, ଜଙ୍ଗଲ ଏ ହେଉଛି ଆଦିବାସୀଙ୍କ ଅଧିକାର। କିନ୍ତୁ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩କୁ କାର୍ଯ୍ୟକାରୀ କରି ଆଦିବାସୀମାନଙ୍କୁ ବ୍ୟାପକ ପରିମାଣରେ ବିସ୍ଥାପନ କରିବା ସହ ଜଳ ଜମି, ଜଙ୍ଗଲ ତଥା ବାସଗୃହର ମାଲିକାନା ଅଧିକାରରୁ ବଂଚିତ କରାଯାଉଛି। ଏହା ବିରୋଧରେ ଗୁରୁବାର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କଲମପୁର ଶାଖା ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ରାଜସ୍ୱ ସହକାରୀ ସନ୍ଦିପ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି। ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩ କାର୍ଯ୍ୟକାରୀ କରି ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପେସା ଅଧିନିୟମ ତଥା ଅନୁଚ୍ଛେଦ ୨୪୪ଅନ୍ତର୍ଗତ ୫ମ ଏବଂ ୬ଷ୍ଠ ଅନୁସୂଚୀ ମାଧ୍ୟମରେ ମିଳିଥିବା ସାମ୍ବିଧାନିକ ବିଶେଷ ଅଧିକାର ଗ୍ରାମ ସଭା ଏବଂ ଆଦିବାସୀ ପରାମର୍ଶଦାତା ପରିଷଦର ଅଧିକାରକୁ କ୍ଷୁଣ୍ଣ କରାଯାଉଛି । ଜଙ୍ଗଲକୁ ଘରୋଇକରଣ କରି ପୁଞ୍ଜିପତିମାନଙ୍କୁ ହସ୍ତାନ୍ତର କରାଯାଉଛି । ତେଣୁ ଏହା ବିରୋଧରେ କଲମପୁର ବ୍ଲକ ଆଦିବାସୀ ସଂଘ ସଭାପତି ଦୁଖିଃ ରାମ ମାଝୀ, ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ମାଧବ ସୁନାନୀ, ସମ୍ରାଟ ମାଝୀ, କରୁଣାକର ଚିନ୍ଦା, ବିଜୟ ସୁନାନୀ, ଗଣେଶ ଦଲାଇ ଏବଂ ଶ୍ୟାମ ସୁନ୍ଦର ନାଗ ପ୍ରମୁଖ ତହସିଲ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories