www.samajalive.in
Sunday, December 7, 2025
14.1 C
Bhubaneswar

ବଢ଼ିଲା ବିପଦ: ଏଲଏସି ନିକଟରେ ଚୀନ ତିଆରି କରିଥିବା ଆଦର୍ଶ ଗାଁରେ ରହିଲେଣି ଲୋକେ

ସମାଜ ଡିଜିଟାଲ ଡେସ୍କ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ ନିର୍ମାଣ କରିଥିବା ୫୦୦ ଆଦର୍ଶ ଗାଁରେ ଲୋକଙ୍କ ଯାତାୟାତ ଆରମ୍ଭ ହୋଇଯାଇଛି। ଅନେକ ଗ୍ରାମରେ ଚୀନର ବାସିନ୍ଦା ଆସି ରହିଲେଣି। ଉପଗ୍ରହ ଚିତ୍ରରୁ ଏହା ଦେଖିବାକୁ ମିଳିଛି। ଭାରତର ଉତ୍ତର-ପୂର୍ବ ଅଞ୍ଚଳର କିଛି ଅଂଶକୁ ଚୀନ ଦଖଲକୁ ନେବାକୁ ବାରମ୍ବାର ଉଦ୍ୟମ କରୁଥିବାବେଳେ ଏହି ଦୃଶ୍ୟ ଭାରତ ପାଇଁ ବିପଦ ବୋଲି କୁହାଯାଉଛି।

୬ ବର୍ଷ ପୂର୍ବେ ଚୀନ ଏଲଏସି ନିକଟରେ ଏହି ଗାଁ ନିର୍ମାଣ ଆରମ୍ଭ କରିଥିଲା। ଚୀନ ଏହି ଗାଁଗୁଡ଼ିକୁ ୨ଟି କାର୍ଯ୍ୟରେ ଲଗାଇବା ନେଇ ଭାରତ ପକ୍ଷରୁ ଆଶଙ୍କା କରାଯାଉଥିଲା। ପ୍ରଥମତଃ ଗାଁରେ ଲୋକଙ୍କୁ ରଖିବା ଏବଂ ୨ୟରେ ସେଠାରେ ଭାରତ ବିରୋଧରେ ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବା। ଏହାବ୍ୟତୀତ ଚୀନ ତିବ୍ଦତ ଉପରେ ମଧ୍ୟ ନଜର ରଖିପାରିବ। ସେହିପରି ଏଲଏସି ଆରପଟେ ଚୀନ ଅନେକ ଭୂତଳ ଷ୍ଟୋରେଜ ତିଆରି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଠାରେ ଚୀନର ବଙ୍କର ମଧ୍ୟ ରହିଛି। ଅରୁଣାଚଳପ୍ରଦେଶ ନିକଟ ଏଲଏସି ଆରପଟେ ଚୀନର ୧୪୫ ଆଦର୍ଶ ଗ୍ରାମ ରହିଛି। ପ୍ରତିରକ୍ଷା ସୂତ୍ର ଅନୁସାରେ, ଯୁଦ୍ଧ ପରିସ୍ଥିତିରେ ଚୀନ ଏଠାରୁ ଭାରତକୁ ସହଜରେ ଟାର୍ଗେଟ କରିପାରିବ। ଏସବୁ ଗ୍ରାମଗୁଡ଼ିକ ଆଖପାଖରେ ନିରୀକ୍ଷଣ ଟାଓ୍ବାର ମଧ୍ୟ ତିଆରି କରାଯାଇଥିବା ଦେଖିବାକୁ ମିଳିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories