www.samajalive.in
Monday, December 15, 2025
24.1 C
Bhubaneswar

କୋଟିଆରେ ଆନ୍ଧ୍ର ଆୟୋଜିତ କଲା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଅନୁପ୍ରବେଶ ନିନ୍ଦନୀୟ କହିଲା ଓଡ଼ିଆ ଅସ୍ମିତା ପରିଷଦ

ଭୁବନେଶ୍ୱର: ସରକାର ବଦଳିଥିଲେ ମଧ୍ୟ କୋଟିଆ ଦଖଲକୁ ନେଇ ଆନ୍ଧ୍ରର ମତିଗତିର କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ଶନିବାର ଆର୍ଥିକ ସାକ୍ଷରତା ନାମରେ ଆନ୍ଧ୍ରର ଅଧିକାରୀମାନେ କୋଟିଆ ଗ୍ରାମପୁଞ୍ଜର ନେରେଡ଼ିବାଲସା ଗ୍ରାମରେ ଏକ ଶିବିର ଆୟୋଜନ କରିଥିଲେ। ଆଖପାଖ ଗାଁର ଶତାଧିକ ଲୋକଙ୍କୁ ବୋହିଆଣି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଆୟୋଜନ କରିବା ସହିତ ବିଭିନ୍ନ ବ୍ୟାଙ୍କ କାରବାର ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। କିନ୍ତୁ ଦୁଃଖର କଥା କୋଟିଆ ଥାନା ହେଉ କିମ୍ବା ପଟାଙ୍ଗୀ ବ୍ଲକ ଓ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଧ୍ର ଅଧିକାରୀଙ୍କୁ ବାଧା ଦିଆନଯିବା କ୍ଷୋଭର ବିଷୟ ବୋଲି ଓଡ଼ିଆ ଅସ୍ମିତା ପକ୍ଷରୁ ଅଭିଯୋଗ କରାଯାଇଛି।

ଅସ୍ମିତା ପରିଷଦର ଆବାହକ ରବି ବେହେରା ରବିବାର ଟୁଇଟ୍ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜସ୍ୱମନ୍ତ୍ରୀଙ୍କୁ କୋଟିଆ ପଠାନ୍ତୁ। କୋଟିଆକୁ ନେଇ ଓଡ଼ିଶା ସରକାର ତୁରନ୍ତ ବିଭିନ୍ନ ରାଜନୈତିକ ଦଳ ଏବଂ ଓଡ଼ିଆ ଅସ୍ମିତାକୁ ନେଇ କାମ କରୁଥିବା ଗଣସଂଗଠନ ଗୁଡ଼ିକର ମତାମତ ନେଇ ଆନ୍ଧ୍ର ସରକାରଙ୍କ ସହିତ କୋଟିଆ ସମସ୍ୟାର ଆପୋଷ ସମାଧାନ ପାଇଁ ଉଦ୍ୟମ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories