www.samajalive.in
Thursday, December 11, 2025
27.1 C
Bhubaneswar

୨ ଲୁଟେରା ଗିରଫ, ବୋଲେରୋ ଓ ବାଇକ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ବୋଲେରୋ ଗାଡ଼ି, ବାଇକ୍‌, ୧୧ଗ୍ୟାସ ସିଲିଣ୍ଡର ଜବତ କରିଛି। ଅଭିଯୁକ୍ତମାନେ ହେଲେ କାଶୀପୁର ବ୍ଲକ ବଡ଼ମାରି ଭଟା ଗ୍ରାମର ଆଶିଷ ନାୟକ ବୟସ(୧୯), ମିନାଖୁଣ୍ଟି ଗ୍ରାମର ହେମନ୍ତ ନାୟକ ଏବଂ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡ଼ିଛି। ରବିବାର ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ବୁଡ଼ାଗୁଡା ପଞ୍ଚାୟତର କୁମ୍ଭାରଗୁରୁତୁଲୀ ଛକରେ ଥିବା ଲାଡି ସନ୍ତୋଷ କୁମାରଙ୍କ ଦୋକାନରେ ଅଗଷ୍ଟ ୭ ତାରିଖ ରାତିରେ ଅଭିଯୁକ୍ତମାନେ ବୋଲେରୋ ଗାଡିରେ ଆସି ଦୋକାନ କବାଟ ଭାଙ୍ଗି ପାଖାପାଖି ୬୯ ହଜାର ଟଙ୍କାର ଜିନିଷପତ୍ର, ଇନଭର୍ଟର  ବ୍ୟାଟେରି ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏ ନେଇ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ ହେବା ରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ଶିଵ ସାହୁ ଉପସ୍ଥିତ ଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories