www.samajalive.in
Monday, December 15, 2025
24.1 C
Bhubaneswar

ଆସିଲା ନୂଆ ହେଡଫୋନ୍, ମିଳିବ ଏମିତି ଫିଚର୍

ନୂଆଦିଲ୍ଲୀ : ଆଜିକାଲି ସମସ୍ତେ ହେଡଫୋନ୍ ବ୍ୟବହାର କରୁଛନ୍ତି । ଗୀତ ଶୁଣିବା ପାଇଁ ହେଉ ବା ଫୋନରେ କଥା ହେବା ପାଇଁ ସମସ୍ତେ ହେଡଫୋନ୍ ବ୍ୟବହାର କରୁଛନ୍ତି । truke  କମ୍ପାନୀ ଲଗାତର ନୂଆ ନୂଆ ଉତ୍ପାଦ ବଜାରକୁ ନେଇଆସେ । ଏବେ କମ୍ପାନୀ ଏକ ନୂଆ ହେଡଫୋନ୍ ଗ୍ରାହକଙ୍କ ପାଇଁ ନେଇଆସିଛି । ଏହାର ନାଁ ଟ୍ରୁକ ଯୋଗା ବିଟ୍ ଓପନ ଇୟର ହେଡଫୋନ୍ । ଏହାକୁ ଆପଣ ଇୟରବଡ୍ସ ଭଳି ବ୍ୟବହାର କରିବା ସହିତ ବେକରେ ମଧ୍ୟ ପକାଇପାରିବେ ।

ଏଥିରେ ଟାଇଟେନିୟମ ବ୍ୟବହାର କରାଯାଇଛି ଯାହା ଫଳରେ ଏହା ବହୁତ ମଜଭୁତ ହୋଇଥାଏ । ଏହା ବହୁତ ହାଲୁକା ଏବଂ ସହଜରେ କାନରେ ଫିଟ୍ ହୋଇଯାଏ । ଏଥିରେ ୨ଟି ମାଇକ୍ରୋଫୋନ୍ ରହିଛି ଯାହା କଥା ହେବା ସମୟରେ ବହୁତ ସ୍ପଷ୍ଟ ଶୁଭିଥାଏ । ଥରେ ଚାର୍ଜ କଲେ ଏହା ୩୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ ୧ ବର୍ଷର ଓ୍ବାରେଣ୍ଟି ମଧ୍ୟ ମିଳୁଛି । ସାରା ଦେଶରେ ଏହାକ ଅନେକ ସ୍ଥାନରେ ସର୍ଭିସ ସେଣ୍ଟର ରହିଛି । କୌଣସି ତ୍ରୁଟି ହେଲେ ଗ୍ରାହକ ଏହାକୁ ଠିକ୍ କରାଇପାରିବେ । କମ୍ପାନୀ ଏହାର ଦାମ୍ ମାତ୍ର ୭୯୯ ଟଙ୍କା ରଖିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories