www.samajalive.in
Sunday, December 7, 2025
18.1 C
Bhubaneswar

ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖେଡକରଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଦିଲ୍ଲୀ ପୁଲିସ ଏବଂ ୟୁପିଏସସିକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଖେଡକରଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଅଗଷ୍ଟ ୨୧ରେ ଶୁଣାଣି ହେବ। ସେପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲାରେ ଅଗ୍ରୀମ ଜାମିନ ପାଇଁ ପୂଜା ଖେଡକର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଅଗଷ୍ଟ ୧ରେ ପଟିୟାଲା ହାଉସ୍‌ କୋର୍ଟ ଖେଡକରଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ, ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ।

- Advertisement -

ସୂଚନାଯୋଗ୍ୟ, ସଂରକ୍ଷଣ ସୁବିଧା ପାଇବା ପାଇଁ ୟୁପିଏସସି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୨ ପାଇଁ ନିଜ ଆବେଦନରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ନେଇ ଖେଡକରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜୁଲାଇ ୩୧ରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିଥିଲା। ଏଥିସହ ଭବିଷ୍ୟତରେ ପରୀକ୍ଷା ଦେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories