www.samajalive.in
Saturday, December 6, 2025
17.1 C
Bhubaneswar

ବୋମା ଧମକ: ମୁମ୍ବାଇରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ମୁମ୍ବାଇ: ଭିସ୍ତାରାର ଫ୍ରାଙ୍କଫର୍ଟ୍-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଧମକ ମିଳିଛି। ଫଳରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି ବିମାନ। ବିମାନରେ ୧୪୭ ଜଣ ଯାତ୍ରୀ ଥିଲେ। ଭିସ୍ତାରା ଏୟାରଲାଇନ୍ସ ଏକ ବୟାନ ଜାରି କରି କହିଛି ଯେ, ଅକ୍ଟୋବର ୧୬, ୨୦୨୪ରେ ବିମାନ ନମ୍ବର ୟୁକେ ୦୨୮ରେ ବୋମା ରଖାଯାଇଥିବା ନେଇ ତାଙ୍କୁ ସୂଚନା ମିଳିଥିଲା। ଏହି ବିମାନ ଜର୍ମାନୀର ଫ୍ରାଙ୍କଫର୍ଟରୁ ମୁମ୍ବାଇକୁ ଚଳାଚଳ କରିଥାଏ। ବିମାନରେ ବୋମା ଥିବା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ଧମକ ଦିଆଯାଇଥିଲା। ପ୍ରୋଟୋକଲ୍ ଅନୁଯାୟୀ, ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଏ ବିଷୟରେ ସୂଚନା ଦିଆଯାଇଥିଲା। ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। ଏହାପରେ ବିମାନକୁ ଅଲଗା ଅଞ୍ଚଳକୁ ନିଆଯାଇଥିଲା, ଯେଉଁଠାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି। ଭିସ୍ତାରା ଏୟାରଲାଇନ୍ସର ଫ୍ରାଙ୍କଫର୍ଟ-ମୁମ୍ବାଇ ବିମାନ ବୁଧବାର ରାତି ପ୍ରାୟ ୮.୨୦ ସମୟରେ ଫ୍ରାଙ୍କଫର୍ଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ଏହି ବିମାନ ଗୁରୁବାର ସକାଳ ୭.୪୫ରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ୨୨ଟି ବିମାନରେ ବୋମା ରଖାଯାଇଥିବା ଧମକ ମିଳିଥିଲା। ଏଥିରେ ଏୟାର ଇଣ୍ଡିଆର ଦିଲ୍ଲୀରୁ ଚିକାଗୋକୁ ଯାଉଥିବା ବିମାନ ମଧ୍ୟ ସାମିଲ ଥିଲା। ଧମକ ପାଇବା ପରେ ଏହି ବିମାନର ଗତିପଥ କାନାଡା ଆଡ଼କୁ ପରିବର୍ତ୍ତନ କରାଯାଇଥିଲା। ଏହାପରେ ବିମାନର ଯାଞ୍ଚ କରାଯାଇଥିଲା। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଧମକ ନକଲି ଥିଲା।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories