www.samajalive.in
Sunday, December 7, 2025
26.1 C
Bhubaneswar

କୁସ୍ତିରେ ଭାରତକୁ ପ୍ରଥମ ପଦକ; ପଦାର୍ପଣରେ କାଂସ୍ୟ ଜିତିଲେ ଅମନ୍‌

ସମାଜ ଡିଜିଟାଲ ଡେସ୍କ: ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍‌ ପଡ଼ିବା ପରେ କୁସ୍ତିରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଅନ୍ୟ ଜଣେ ପ୍ରତିଭାବାନ୍‌ କ୍ରୀଡ଼ାବିତ ଅମନ ଶେରାଓ୍ବତ। ପଦାର୍ପଣ ଅଲିମ୍ପିକ୍ସରେ ସେ ଐତିହାସିକ ସଫଳତା ହାସଲ କରିବା ସହିତ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଅମନଙ୍କ ଏହି ସଫଳତା ପରେ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପଦକ ତାଲିକାରେ ଭାରତ ୬୫ତମ ସ୍ଥାନରେ ରହିଛି।

ଅମନ ହେଉଛନ୍ତି ହରିୟାଣା ଅନ୍ତର୍ଗତ ଝଜ୍ଜରର ବାସିନ୍ଦା। ସେମିଫାଇନାଲ ପୂର୍ବରୁ ସେ ୨ଟି ଯାକ ମ୍ୟାଚ ଜିତି ଥିଲେ। ପ୍ରି-କ୍ଵାର୍ଟରଫାଇନାଲରେ ସେ ମେସିଡୋନିଆର ଭ୍ଲାଦିମିର ଏଗୋରୋଭଙ୍କୁ ପରାସ୍ତ କରିଥିଲେ। ଏହା ପରେ କ୍ଵାର୍ଟରଫାଇନାଲରେ ଆଲବାନିଆର ଜେଲିମଖାନ ଆବାକାରୋଭଙ୍କୁ ହରାଇ ସେମିଫାଇନାଲରେ ପ୍ରବୋ କରିଥିଲେ। କିନ୍ତୁ ସେମିରେ ସେ ଜାପାନ କୁସ୍ତିଯୋଦ୍ଧା ରେଇ ହିଗୁଚିଙ୍କଠାରୁ ପରାଜିତ ହୋଇଥିଲେ। ଏହା ପରେ ଅମନ ବ୍ରୋଞ୍ଜ ପଦକ ପାଇଁ ପୁଏର୍ଟୋ ରିକୋ କୁସ୍ତିଯୋଦ୍ଧା ଡାରିଆନ କ୍ରୁଜଙ୍କ ସହିତ ଲଢ଼ିଥିଲେ, ଯେଉଁଥିରେ ସେ ବିଜୟୀ ହୋଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories