ସଭିଏଁ ନିଜ ଘରେ ସଞ୍ଚୁଥିବା ଧନକୁ ଆଲମୀରାରେ ରଖିଥାଆନ୍ତି। ନିଜ ଧନକୁ ବହୁ ସାବଧାନତାର ସହ ରଖିବା ସହ ସର୍ବଦା ଅଧିକରୁ ଅଧିକ ଧନ ସଞ୍ଚୟ କରିବା ପାଇଁ ଇଚ୍ଛୁକ ମଧ୍ୟ ଥାଆନ୍ତି। ମାତ୍ର ଗୃହରେ ଭାବିଚିନ୍ତି ସଠିକ ସ୍ଥାନରେ ଧନ ରଖିବା ଆବଶ୍ୟକ ଅଟେ। କାରଣ ଭୁଲ ଦିଗରେ ଧନ ରଖିବା ଦ୍ୱାରା ଧନକ୍ଷୟ ହୋଇଥାଏ। ଜାଣନ୍ତୁ ନିଜର ଧନ ଓ ସମ୍ପତ୍ତି ଜନିତ ଦ୍ରବ୍ୟ , ସୁନା, ରୂପାକୁ କେଉଁ ଠାରେ ରଖିବା ଉଚିତ।
ଧନ ରଖିବାର ସଠିକ ସ୍ଥାନ –
ପୂର୍ବଦିଗ – ଏହି ଦିଗରେ ଘରର ସମ୍ପତ୍ତି ଏବଂ ଆଲମୀରା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ।
ପଶ୍ଚିମଦିଗ – ଏହି ଦିଗରେ ଧନସମ୍ପତ୍ତି ଏବଂ ଗହଣା ରଖିବା ଦ୍ୱାରା ଗୃହର ମୁଖ୍ୟସଦସ୍ୟ ଖୁବ କଷ୍ଟରେ ଧନ ରୋଜଗାର କରନ୍ତି।
ଉତ୍ତର ଦିଗ – ଘରର ଉତ୍ତର ଦିଗରେ ଥିବା କକ୍ଷରେ ଦକ୍ଷିଣ କାନ୍ଥକୁ ଲଗାଇ ଆଲମୀରା ରଖିବା ଉଚିତ। ଏପରି ରଖିବା ଦ୍ୱାରା ଆଲମୀରା ମୁଖ ଉତ୍ତର ଦିଗକୁ ଖୋଲିବ। ଏହା ଦ୍ୱାରା ସର୍ବଦା ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ।
ଦକ୍ଷିଣ ଦିଗ – ଏହି ଦିଗରେ ଧନ, ସୁନା , ଚାନ୍ଦି ଆଦି ରଖିବା ଦ୍ୱାରା କ୍ଷତି ନ ହେଲେ ମଧ୍ୟ ସର୍ବଦା ଆଶାନୁଯାୟୀ ସଞ୍ଚୟ ହୋଇପାରି ନଥାଏ।
ଏହା ଛଡ଼ା ସିଡ଼ି ଘର ତଳେ ମଧ୍ୟ ଆଲମୀରା ରଖିବା ଅଶୁଭ ହୋଇଥାଏ।
ଗାଧୁଆ ଘର ସମ୍ମୁଖରେ ମଧ୍ୟ ଆଲମୀରା ରଖିବା ଉଚିତ ନୁହେଁ।
ଯେଉଁ ଘରେ ଆଲମୀରା ରହିଛି , ସେଠାରେ କୌଣସି ଅଦରକାରୀ ଦ୍ରବ୍ୟ କିମ୍ବା ଅପରିଷ୍କାର ରଖିବା ଉଚିତ ନୁହେଁ। ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଧନବୃଦ୍ଧି ପାଇଁ କରନ୍ତୁ ଏହି ଉପାୟ
Popular Categories



