www.samajalive.in
Monday, December 15, 2025
24.1 C
Bhubaneswar

ଉନ୍ନୟନ କମିଶନର-ତଥାଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ଭାବ୍ୟ ବନ୍ୟା ପରିଚାଳନା ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର-ତଥା -ଜଳସମ୍ପଦ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୋମବାର ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସହ ବନ୍ୟା ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲାଯିବା ସହ ଡ୍ୟାମରୁ ଜଳ ପ୍ରବାହିତ ହେବା ପରେ ସାମ୍ପ୍ରତିକ ସମ୍ଭାବ୍ୟ ବନ୍ୟା ସ୍ଥିତିର ସେ ସମୀକ୍ଷା କରିଥିଲେ। ଗଠିତ ସ୍ୱତନ୍ତ୍ର ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ସ୍ତର ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆଗକୁ ସମ୍ଭାବ୍ୟ ବର୍ଷା ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ପ୍ରମୁଖ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳଭଣ୍ଡାର ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଏହି ଜଳଭଣ୍ଡାରଗୁଡ଼ିକରୁ ଜଳ ନିଷ୍କାସନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ବନ୍ୟାଜଳ ଛଡ଼ାଯିବା ପୂର୍ବରୁ ସମସ୍ତ ଡ୍ୟାମ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଇ-ମେଲ କିମ୍ବା ହ୍ୱାଟସଆପ୍ କିମ୍ବା ଫୋନ୍ ଯୋଗେ ଅବଗତ କରିବା ସହ ଏସଓପି ପାଳନ କରିବାଏବଂ ବନ୍ୟା ପରିସ୍ଥିତିରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିଜ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁସତର୍କ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଜି ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ସମୟରେ ସମସ୍ତଙ୍କୁ ସତର୍କ ରହି କାର୍ଯ୍ୟ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories