ଗୋପାଳପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଦ୍ବିତୀୟ ଓ ଚତୁର୍ଥ ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା। ଏହି କ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟ ମଧ୍ୟ ଛୁଟି ରହି ଆସୁଥିଲା। କିନ୍ତୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ପକ୍ଷରୁ ଏଣିକି ଅଗଷ୍ଟ ମାସରୁ ଏହି ଦୁଇ ଦିନିଆ ଛୁଟିକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି କୁଳସଚିବ ସଚିଦାନନ୍ଦ ନାୟକଙ୍କ ପକ୍ଷରୁ ଚିଠି ନଂ ୫୩୬୭ ପ୍ରକାରେ ଅଗଷ୍ଟ ମାସଠାରୁ ଛୁଟି ବାତିଲ କରାଯାଇଥିବା ସହ ସବୁ ଦିନ ପରି ସପ୍ତାହରେ ସୋମବାରଠାରୁ ଶନିବାର ପ୍ରଶାସନିକ କାର୍ଯ୍ୟାଳୟ ସକାଳ ସାଢେ଼ ୧୦ ଠାରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ସହ ଅପରାହ୍ନ ସାଢେ ୧ ଠାରୁ ୨ ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହା ଫଳରେ ଶନିବାର କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଥିବାରୁ ଏଠାକୁ ଆସୁଥିବା ବିଦ୍ୟାର୍ଥୀ ସମେତ ଷ୍ଟେକ ହୋଲଡରମାନେ ଉପକୃତ ହେବେ ବୋଲି ଜଣାପଡିଛି। କୁଳପତି ଭାବେ ପ୍ରଫେସର ଦାସ ଦାୟିତ୍ଵ ଗ୍ରହଣ ପରଠାରୁ ବିଶ୍ଵବିଦ୍ୟାଳୟରେ ଶୈକ୍ଷକ ବାତାବରଣରେ ପରିବର୍ତ୍ତନ ଆସିବା ସହ ଅଫିସ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିଛନ୍ତି। ବିଦ୍ୟାର୍ଥୀମାନଙ୍କୁ ବିଶ୍ବବିଦ୍ୟାଳୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ସହ ଏକ ସବୁଜ ଓ ସୁସ୍ଥ ପରିବେଶ ପ୍ରଦାନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି।
୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ, ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ



