ଡେସ୍କ: ୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି। ଚଳିତ ମାସ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ସାଉଦି ଆରବର ରିୟାଦ୍ ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ଦେବେଶ ଭୈୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୁମ୍ବାଇର ଅବନୀଶ ବଂଶଲ ଏବଂ ହାଇଦ୍ରାବାଦର ହର୍ଷିନ ପୋସିନା ରୌପ୍ୟ ପଦକ ଜିତିଛନ୍ତି। ମୁମ୍ବାଇର କଶ୍ୟପ ଖଣ୍ଡେଲୱାଲ ବ୍ରୋଞ୍ଜ ପଦକ ଆଣିଛନ୍ତି। ପ୍ରଫେସର ଗୁଲଶନାରା ଶେଖ ଓ ଡକ୍ଟର ଶ୍ରଦ୍ଧା ତିୱାରୀ ଭାରତୀୟ ଦଳର ମାର୍ଗଦର୍ଶକ ଥିଲେ। ୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ୯୪ଟି ଦେଶର ୩୨୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43



