www.samajalive.in
Sunday, December 7, 2025
26.1 C
Bhubaneswar

‘ମୃତ୍ୟୁ ପରେ ବଞ୍ଚି ରହିବାର ମାଧ୍ୟମ ହେଉଛି ଅଙ୍ଗଦାନ’

ନାକଟିଦେଉଳ: ମୃତ୍ୟୁ ପରେ ବି ଜୀବନ ବଞ୍ଚି ରହିବାର ଏକମାତ୍ର ମାଧ୍ୟମ ହେଉଛି ଅଙ୍ଗଦାନ। କେବଳ ସେତିକି ନୁହେଁ, ମୃତ୍ୟୁ ପରେ ମଧ୍ୟ କେହି ଜଣେ ଅକ୍ଷମ ବ୍ୟକ୍ତିଙ୍କୁ ସକ୍ଷମ କରିହେବ ଏଭଳି ଉଦ୍ୟମ ବଳରେ। ତେଣୁ ନିଃସ୍ଵାର୍ଥପର ସେବା ମାଧ୍ୟମରେ ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ ବୋଲି ସରାପାଲିସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ଅନୁଷ୍ଠିତ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି । ସରାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡଃ. ପ୍ରଶାନ୍ତ କୁମାର ଦାଶ ମୁଖ୍ୟଅତିଥି ଓ ନୂଆଦିଲ୍ଲୀସ୍ଥିତ ଭାରତୀ ୟୋଡା କ୍ଳବ୍ର ସଭାନେତ୍ରୀ ରୋଜାଲିନ ଦାଶ ସାଧନକର୍ମୀ ଭାବେ ଯୋଗଦେଇ ଅଙ୍ଗଦାନର ମହତ୍ତ୍ଵ ଓ ଆବଶ୍ୟକତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀନିବାସର ୧୮୦ ଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ରଶ୍ମିରେଖା ସାହୁ ଓ ରିତାରାଣୀ ପ୍ରଧାନ ସହଯୋଗ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories