www.samajalive.in
Friday, December 5, 2025
20.1 C
Bhubaneswar

ଘରେ ଶୋଇଥିବା ବେଳେ ତଣ୍ଟି କାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା, ସନ୍ଦେହ ଘେରରେ ସଢୁ

ନାକଟିଦେଉଳ: ଘର ଭିତରେ ଶୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା। ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରି ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସାମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ତଥା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଂଚାୟତର ପାଣ୍ଡୁରିଶୀଳା ଗ୍ରାମରେ। ଶନିବାର ରାତିରେ ଏହି ଘଟଣା ଘଟିଛି। ମୃତ ସ୍ୱାମୀ ସ୍ତ୍ରୀ ହେଲେ ପାଣ୍ଡୁରିଶୀଳା ଗ୍ରାମର ଆବ୍ରହମ କୁଜୁର ଏବଂ କୁଆଁରୀ କୁଜୁର।

ରବିବାର ସକାଳୁ ରେଢ଼ାଖୋଲ ଥାନା ଅଧିକାରୀ ସବିତାବାଳା ସେଠୀ ଏବଂ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେରଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ଖାଇ ପିଇ ସାରି ଘର ଭିତରେ ଶୋଇଥିଲେ। ତେବେ ରାତି ପ୍ରାୟ ୧୦ଟା ସମୟରେ କେହି ଦୁବୃର୍ତ୍ତ ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ପ୍ରଥମେ ଆବ୍ରହମର ତଣ୍ଟି କାଟି ମୁଣ୍ଡରେ ଆକ୍ରମଣ କରି ହତ୍ୟା କରିବା ପରେ ପାଖରେ ଅନ୍ୟ ଖଟରେ ଶୋଇଥିବା କୁଆଁରୀଙ୍କୁ ଆକ୍ରମଣ କରିବାରୁ ସେଠାରୁ ସେ ଦୌଡ଼ି ପଳାଉଥିବା ବେଳେ ତାଙ୍କୁ ମଧ୍ୟ ବେକ, ଛାତି ଏବଂ ମୁଁହରେ ଧାରୁଆ ଅସ୍ତ୍ରରେ ଭୂଷି ହତ୍ୟା କରିଥିଲେ। ଏହି ସମୟରେ ପାଖ ଘରେ ଶୋଇଥିବା ଇବ୍ରାହମର ବଡ଼ ବୋହୁ ଚିତ୍କାର ଶୁଣି ଆସିବା ବେଳକୁ ହତ୍ୟାକାରୀ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ହୀରାକୁଦ ଛାଡିଲା ବନ୍ୟାଜଳ, ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

- Advertisement -

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିଲେ ମଧ୍ୟ ନିକଟସ୍ଥ ବୁଢୀପାଣି ଗ୍ରାମରେ ଥିବା ଆବ୍ରହମର ସଢୁ ସହିତ ପୂର୍ବରୁ ବିବାଦ ଥିବାରୁ ସେ ଏହି କାଣ୍ଡ ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ବୋଲି ଅବ୍ରାହମର ବଡ଼ ଭାଇ କହି କହିଛନ୍ତି। ଅନ୍ୟ ପକ୍ଷରେ ଘଟଣାର ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ କରାଯାଉଛି ବୋଲି ରେଢ଼ାଖୋଲ ପୋଲିସ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେର କହିଛନ୍ତି। ଏହି ଅଭାବନୀୟ ଘଟଣାରେ ମୃତ ସ୍ୱାମୀ ସ୍ତ୍ରୀଙ୍କର ଥିବା ଛୋଟ ଛୋଟ ତିନି ଜଣ ଝିଅ ଏବେ ଅନାଥ ହୋଇ ପଡିଛନ୍ତି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories