www.samajalive.in
Saturday, December 6, 2025
15.1 C
Bhubaneswar

ଅସହାୟ ଅବସ୍ଥାରେ ଦିନମଜୁରିଆ ଭୀମ, ସହାୟତା ଦାବୀ

ହରଭଙ୍ଗା: ମଜୁରୀ କଲେ ଜଳେ ଚୁଲି। ଗତ ତିନିଧରି ଲଗାଣ ବର୍ଷା ଯୋଗୁଁ କାମଧନ୍ଦା ବନ୍ଦ। ହାତରେ ତେଲ ଲୁଣ କିଣିବାକୁ ପଇସାଟିଏ ନାହିଁ। ଗରିବଙ୍କ ପାଇଁ ଗ୍ରାମୀଣ ଆବାସରେ ପକ୍କା ଘର ମିଳୁଥିଲେ ବି ସେଥିରୁ ସେ ବଞ୍ଚିତ। ଏଭଳି ଅବସ୍ଥାରେ ଦୁଃଖ କଷ୍ଟରେ ଦିନ କାଟୁଥିବା ହରଭଙ୍ଗା ପଂଚାୟତ ଭେଜିଗୁଡା ଗ୍ରାମର ଭୀମସେନ ନାଏକ ଭଳି ଖଟିଖିଆ ଦିନ ମଜୁରିଆଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ମାଟି ଚାଳ ଛପର ଘରରୁ ମାଟି ଅତଡା ଖସିବା ସହିତ ଛାଉଁଣି ଛପର ଅଭାରୁ ଘରେ ପାଣି ଗଳୁଛି। ଆର୍ଥିକ ଅନାଟନ ଅବସ୍ଥାରେ ଜୀବନ କାଟୁଥିବା ଭୀମସେନ ବର୍ତମାନ କାଦୁଅ ଘରେ ଅକଥନୀୟ ଅବସ୍ଥାରେ ଦିନ କାଟୁଥିବା ଜଣାପଡିଛି। ତୁରନ୍ତ ତାଙ୍କୁ ଆଗ୍ରାଧିକାର ଭିତିରେ ପକ୍କା ଘର ସହିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories