Patra electronics

ଦୋକାନରୁ ଫଳ ଖାଇ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା କଲେ ଚୋରି

ସିମୁଳିଆ : ମାର୍କୋଣା ବସ ଷ୍ଟାଣ୍ଡରେ ଥିବା ଫଳ ଦୋକାନରୁ ବିଳମ୍ବିତ ରାତିରେ କେହି ଜଣେ ଅଜଣା ବ୍ୟକ୍ତି ଛାତ ଭାଙ୍ଗି ଚୋରି କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଦୋକାନର ଆଜବେଷ୍ଟ ଭାଙ୍ଗି ଭିତରକୁ ପଶି ଥିଲେ। ଦୋକାନ ଘରେ ପଶିବା ପରେ ବିଭିନ୍ନ ଫଳ ଖାଇବା ସହ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ସବୁ ଘଟଣା ଦୋକାନୀର ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ଦୋକାନ ମାଲିକ ଅନିରୋଧ ସାହୁ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ସିମୁଳିଆ ପୁଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ ; ଅମୁଲ ବଟର ମିଲ୍କ ପେଟିରୁ ବାହାରିଲା ଜିଅନ୍ତା ସାଲୁବାଲୁ ପୋକ, କମ୍ପାନୀ ମାଗିଲା କ୍ଷମା..

Comments are closed.