www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ କରତକଳରେ ଚଢାଉ , ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ 

ସିମୁଳିଆ : ଦୀର୍ଘଦିନ ଧରି ସିମୁଳିଆ ଅଞ୍ଚଳରେ ବେଆଇନ କରତକଳ ଚାଲୁଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଆଜି ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ସିମୁଳିଆ ଥାନାଠାରୁ ଦୁଇ ଶହ ମିଟର ଦୂରରେ ଥିବା ବେଆଇନ କରତକଳକୁ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କଟା ଯାଇଥିବା ଜଣାଯାଇଛି।

ସକ୍ରିୟ ମୌସୁମୀ ; ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ଏସବୁ ଜିଲାରେ ପ୍ରବଳ ବର୍ଷିବ..

- Advertisement -

ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାଠାରେ ଥିବା ବେଆଇନ କରତକଳକୁ ଆଜି ବାଲେଶ୍ବର ଜିଲ୍ଲା ବନ ସଂରକ୍ଷକ ଖୁସବତ ସିଂଙ୍କ ନିର୍ଦ୍ଦେଶକ୍ରମେ,ବାଲେଶ୍ବର ସହାୟକ ବନ ସଂରକ୍ଷକ ରାମଚନ୍ଦ୍ର ମୁର୍ମୁ,ଚାନ୍ଦିପୁର ସହାୟକ ବନ ସଂରକ୍ଷକ ଜୟଶ୍ରୀ ମୁର୍ମୁ ଓ କୁଳଡିହାର ପ୍ରବୀର ମୁର୍ମୁଙ୍କ ନେତୃତ୍ୱରେ ମିଳିତ ଚଢାଉ କରାଯାଇଥିଲା। ଏହି ଚଢାଉରେ ଦାମୀ କାଠ ଓ ଯନ୍ତ୍ରାଂଶ ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜିନିଷ ଜବତ କରିଥିବା ଜିଲ୍ଲା ସହାୟକ ବନ ସଂରକ୍ଷକ ଶ୍ରୀ ମୁର୍ମୁ ସୂଚନା ଦେଇଥିଲେ। ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବେ ସୋର ତହସିଲର ଅତିରିକ୍ତ ତହସିଲଦାର ଜଗନ୍ନାଥ ବେହେରା ଉପସ୍ଥିତ ଥିବା ବେଳେ ତାଳପଦା ବନ ସଂରକ୍ଷକ ଦେବରାଜ ରାଉତ , ପଞ୍ଚଲିଙ୍ଗେଶ୍ୱର ବନ ସଂରକ୍ଷକ ଭାଗ୍ୟଶ୍ରୀ ଦ୍ବିବେଦୀ, ସ୍ୱତନ୍ତ୍ର ସ୍କ୍ବାର୍ଡ ହିମାଂଶୁ ଓ ମଞ୍ଜୁଲତା ପ୍ରଧାନ ଏବଂ ସିମୁଳିଆ ଏ.ଏସ.ଆଇ ସନ୍ତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories