www.samajalive.in
Saturday, December 6, 2025
14.1 C
Bhubaneswar

ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଓ ଗହଣା

ସିମୁଳିଆ: ହାତ ଗୋଡ଼ ବାନ୍ଧି, ଭୁଜାଲି ଓ ବନ୍ଧୁକ ଦେଖାଇ ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ। ସୂଚନାରୁ ପ୍ରକାଶ, ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତ ତିରୁଖିଆ ଗ୍ରାମର ଗୌରାଙ୍ଗ ପ୍ରସାଦ ରାୟ ବୁଧବାର ବିଳମ୍ବିତ ରାତିରେ ଏକୁଟିଆ ଘରେ ଶୋଇଥିବାବେଳେ ୬ଜଣ ଦୁର୍ବୃତ୍ତ କଳା ପୋଷାକ ସହ ମୁହଁରେ କଳା ପଟି ବାନ୍ଧି ଘର କବାଟ ଭାଙ୍ଗି ଘରେ ପଶିଥିଲେ। ଗୌରାଙ୍ଗ ଶୋଇଥିବା ଅବସ୍ଥାରେ ତାଙ୍କୁ ମାଡ ମାରି ଭୟଭୀତ କରିବା ସହ ବେକରେ ଓ ହାତରେ ଧାରୁଆ ଅସ୍ତ୍ର ଲଗାଇ ବନ୍ଧୁକ ଦେଖାଇଥିଲେ। ଏହାସହ ଟଙ୍କା ଗହଣା ମାଗିଥିଲେ। ଗୌରାଙ୍ଗ ନ ଦେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଘରେ ଥିବା ନଗଦ ୫ ହଜାର ଟଙ୍କା ଏବଂ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଓ ମୋବାଇଲ ମଧ୍ୟ ନେଇଯାଇଛନ୍ତି। ତେବେ ସକାଳେ ଗୌରାଙ୍ଗ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକିବାରୁ ଗ୍ରାମବାସୀ ଘର ଭିତରୁ ଗୌରାଙ୍ଗଙ୍କୁ ଉଦ୍ଧାର କରିଥିଲେ। ଗୌରାଙ୍ଗଙ୍କ ହାତରେ ଗଭୀର ଆଘାତ ଲାଗିଛି। ଏ ନେଇ ଗୌରାଙ୍ଗ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳିଆ ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories