www.samajalive.in
Sunday, December 7, 2025
26.1 C
Bhubaneswar

ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟ

ସିମୁଳିଆ : ଦୁର୍ବୃତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଣା ଗ୍ରାମରେ।
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଣା ଗ୍ରାମର ଜ୍ଞାନଜିତ ମହାପାତ୍ର ଘରେ ଖାଇ ପିଇ ଶୋଇଯିବା ପରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସିଡ଼ି ମାଧ୍ୟମରେ ଛାତ ଉପର ଦେଇ କବାଟ ତାଲା ଭାଙ୍ଗି ଘରେ ପଶିଥିଲେ । ଜ୍ଞାନଜିତଙ୍କ ମାଆ ଓ ଝିଅ ଶୋଇଥିବା ସ୍ଥାନରେ ଝିଅର ବେକରେ କଟୁରୀ ଲଗାଇ ଜ୍ଞାନଜିତକୁ ଗଡ଼ରେଜ ଚାବି ମାଗିଥିଲେ। ଭୟରେ ଚାବିଦେବା ପରେ ଦୁର୍ବୃତ୍ତମାନେ ଗଡ଼ରେଜ ଖୋଲି ସେଥିରୁ ନଗଦ ୨୦ହଜାର ଟଙ୍କା ଓ ସୁନା ଅଳଙ୍କାର ନେଇ ଯାଇଥିଲେ। ଅନ୍ୟ ଜଣେ ବନ୍ଧୁକ ଦେଖାଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଯିବା ସମୟରେ ଜ୍ଞାନଜିତ ଓ ତାଙ୍କ ସ୍ତ୍ରୀଙ୍କୁ ଶାଢ଼ୀରେ ବାନ୍ଧି ବାହାର ପଟୁ କବାଟ ଦେଇ ପଳାଇ ଯାଇଥିଲେ। ଏଥି ସହିତ ସେହି ଗ୍ରାମର ଧନେଶ୍ୱର କୁଣ୍ଡ ଘରେ ନ ଥିବା ସମୟରେ କବାଟ ତାଲା ଭାଙ୍ଗି ଗଡ଼ରେଜରୁ ସୁନା ଗହଣା ଓ ଟଙ୍କା ଚୋରୀ କରି ନେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories